କନକ ବ୍ୟୁରୋ: ଦୀପାବଳି ପାଇଁ ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର । ଚଳିତ ବର୍ଷ ରାଜ୍ୟରେ କେବଳ ଫୁଟିବ ସବୁଜ ବାଣ । କୋଭିଡ୍ ସ୍ଥିତିକୁ ଆଖି ଆଗରେ ରଖି କେବଳ ସବୁଜ ବାଣକୁ ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର ।  ଏହାବ୍ୟତୀତ ଅନ୍ୟ କୌଣସି ବାଣକୁ ଲୋକମାନେ ଫୁଟାଇ ପାରିବେନି ବୋଲି ଆଜି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।  ତେବେ ଅନ୍ୟ କୌଣସି ବାଣକୁ ଦୋକାନୀମାନେ ବିକ୍ରି କରିପାରିବେ ନାହିଁ । ସେହିଭଳି କେବଳ ଅନୁମତି ପ୍ରାପ୍ତ ଦୋକାନୀମାନେ ହିଁ ସବୁଜ ବାଣ ବିକ୍ରି କରିପାରିବେ । ଏଥିସହିତ ଦୀପାବଳି ଦିନ ଅର୍ଥାତ ୪ ତାରିଖ ଦିନ ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କେବଳ ବାଣ ଫୁଟିପାରିବ । ଏହି ସମୟ ବ୍ୟତୀତ ଅନ୍ୟ ମୁହୂର୍ତ୍ତରେ ବାଣ ଫୁଟିବ ନାହିଁ  । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରନ୍ତି ତେବେ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Advertisment