କନକ ବ୍ୟୁରୋ: ଦୀପାବଳି ପାଇଁ ଗାଇଡଲାଇନ୍ ଆଣିଲେ ରାଜ୍ୟ ସରକାର । ଚଳିତ ବର୍ଷ ରାଜ୍ୟରେ କେବଳ ଫୁଟିବ ସବୁଜ ବାଣ । କୋଭିଡ୍ ସ୍ଥିତିକୁ ଆଖି ଆଗରେ ରଖି କେବଳ ସବୁଜ ବାଣକୁ ଫୁଟାଇବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ଏହାବ୍ୟତୀତ ଅନ୍ୟ କୌଣସି ବାଣକୁ ଲୋକମାନେ ଫୁଟାଇ ପାରିବେନି ବୋଲି ଆଜି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି । ତେବେ ଅନ୍ୟ କୌଣସି ବାଣକୁ ଦୋକାନୀମାନେ ବିକ୍ରି କରିପାରିବେ ନାହିଁ । ସେହିଭଳି କେବଳ ଅନୁମତି ପ୍ରାପ୍ତ ଦୋକାନୀମାନେ ହିଁ ସବୁଜ ବାଣ ବିକ୍ରି କରିପାରିବେ । ଏଥିସହିତ ଦୀପାବଳି ଦିନ ଅର୍ଥାତ ୪ ତାରିଖ ଦିନ ରାତି ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କେବଳ ବାଣ ଫୁଟିପାରିବ । ଏହି ସମୟ ବ୍ୟତୀତ ଅନ୍ୟ ମୁହୂର୍ତ୍ତରେ ବାଣ ଫୁଟିବ ନାହିଁ । ଯଦି କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରନ୍ତି ତେବେ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
#ରାଜ୍ୟ_ସରକାରଙ୍କ_ଦୀପାବଳି_ଗାଇଡଲାଇନ
ଦୀପାବଳି, ଛଟ ପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଗାଇଡଲାଇନ । କେବଳ ସବୁଜ ବାଣ ବିକ୍ରି ଓ ବ୍ୟବହାରକୁ ମିଳିଲା ଅନୁମତି । ଅନ୍ୟ ବାଣ ବିକ୍ରି ଓ ବ୍ୟବହାର କରାଯାଇ ପାରିବ ନାହିଁ । #Diwali#Odishapic.twitter.com/1YuYCRyB0f— Kanak News (@kanak_news) November 1, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/11/66475760.jpg)