ସଂସ୍କୃତିରୁ ହିଁ ସଂସ୍କାରର ଜନ୍ମ ହୋଇଥାଏ । ଭାରତୀୟ ସଂସ୍କୃତିର ଏହି ସଂସ୍କାର କାରଣରୁ ହିଁ ସୁଦୂର ବିଦେଶରେ ରହୁଥିବା ଗୋଟିଏ ପରିବାର ଆତ୍ମୀୟ ଲୋକଙ୍କ ପାଖକୁ ଦୀପାବଳି ପାଳିବା ପାଇଁ ଆସିଛନ୍ତି । ଉତ୍ତରପ୍ରଦେଶରେ ରହୁଥିବା ବିପି ଅଗ୍ରୱାଲ୍ ଏବଂ କମଲେଶ୍ ଅଗ୍ରୱାଲଙ୍କ ତିନି ସନ୍ତାନ ମଧ୍ୟରେ ସାନପୁଅ ଡ଼ା.ଅଭିଶେକ ଅଗ୍ରୱାଲ୍ ୧୯୯୫ ମସିହାରୁ ୟୁକ୍ରେନ୍ ରେ ଚାକିରୀ କରିଆସୁଥିଲେ । ୨୦୦୨ ରେ ସେ ସ୍କଟଲ୍ୟାଣ୍ଡ ଆସିଥିଲେ । ୨୦୦୪ ରେ ସେ ଜଣେ କାନାଡା ଯୁବତୀଙ୍କୁ ବିବାହ କରିଥିଲେ ଏବଂ ଏବେ ତାଙ୍କର ୨ ଟି ସନ୍ତାନ ଅଛନ୍ତି । ବଡ ଝିଅ ୯ ବର୍ଷୀୟା ଏଲା ଅଗ୍ରୱାଲ୍ ଏବଂ ସାନପୁଅ ୪ ବର୍ଷୀୟ ଏଡ୍ ଅଗ୍ରୱାଲ୍ । ଏହି ଦୁଇଟି ପିଲା ଯେତେବେଳେ ଜାଣିଲେ ଯେ ଆଲୋକର ପର୍ବ ଦୀପାବଳି ମୂଳତଃ ଭାରତର ଏକ ପର୍ବ । ସେହି ଦିନଠାରୁ ଏହି ୨ କଅଁଳା ପିଲା ଘର ବଗିଚାରେ ଲାଗିଥିବା ପରିବା,ଚାରା ଏବଂ ଚକଲେଟ୍ କିଣି ସ୍କୁଲ୍ ବାହାରେ ଦୋକାନ କରି ବିକ୍ରି କରିଥିଲେ ।
ସ୍କଟଲ୍ୟାଣ୍ଡରେ ଗୋଟିଏ ଚାରା ପାଖାପାଖି ୨ ପାଉଣ୍ଡରେ ବିକ୍ରି ହୋଇଥାଏ । ଗୋଟିଏ ପାଉଣ୍ଡ ଭାରତୀୟ ମୁଦ୍ରାନୁସାରେ ୯୦ ଟଙ୍କା ହୋଇଥାଏ । ଏହି ଦୁଇଟି ପିଲା ପାଠପଢା ସହିତ ଚ୍ୟାରିଟିରୁ ହିଁ ୫୦ ହଜାର ଟଙ୍କା ଯୋଗାଡ କରିଥିଲେ । ତେବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏହି ଟଙ୍କା ଯୋଗାଡ କରିବାର କାରଣ? ଏହି ଦୁଇଜଣ ଭାଇଭଉଣୀ ଏହି ଟଙ୍କାରେ ଗରିବ ପିଲାଙ୍କ ପାଇଁ ଦୀପାବଳି ଉପହାର କିଣିଥିଲେ । ଜ୍ଞାନ ଭାରତୀ ନାମକ ଏକ ସ୍କୁଲ ଯେଉଁଠି ୭୫ ଜଣ ଗରିବ ଶ୍ରେଣୀର ପିଲା ପାଠପଢନ୍ତି ସେଠାରେ ଏହି ଦୁଇ ପିଲା ଉପହାର ବାଣ୍ଟିଲେ । ଏଲା ଏବଂ ଏଡ୍ ଗୁରୁବାର ଏହି ସ୍କୁଲରେ ପହଁଞ୍ôଚ ପିଲାମାନଙ୍କୁ ବିସ୍କୁଟ , ମିଠେଇ , ଚକଲେଟ୍ ଏବଂ ବିଭିନ୍ନ ଖେଳନା ଜିନିଷ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/10/dfe.png)
/kanak/media/post_attachments/wp-content/uploads/2019/10/sdwe-300x200.png)