ବୟସର ଅପରାହ୍ନରେ ଅସହ୍ୟ ଯନ୍ତ୍ରଣା । ପରିବାର ଥାଇ ବି ବେସାହାରା । ଘୁଷୁରି ଘୁଷୁରି ଜିଳ୍ଲାପାଳଙ୍କ ପାଖରେ ପହଞ୍ଚିଲେ ଦିବ୍ୟାଙ୍ଗ ଦମ୍ପତି

34

କନକ ବ୍ୟୁରୋ: ବୟସର ଅପରାହ୍ନରେ ଯନ୍ତ୍ରଣା । ପରିବାର ଥାଇ ବି ବେସାହାରା । ମୁଣ୍ଡ ଗୁଞ୍ଜିବାକୁ ଘର ନଥିବା ବେଳେ ଦୁଇ ଓଳି ଖାଇବାକୁ ମିଳୁନି । ଘର ପରିବାର ପୁଅ ବୋହୂ ସବୁ ଥାଇ ବି ରାସ୍ତାରେ ବେସାହାରା ହୋଇ ବୁଲୁଛନ୍ତି ଦିବ୍ୟାଙ୍ଗ ଦମ୍ପତ୍ତି । ପେଟ ଚାଖଣ୍ଡକ କିଭଳି ପୋଷିବେ । ସେନେଇ ଘୁଷୁରି ଘୁଷୁରି ଜିଳ୍ଲାପାଳଙ୍କ ପାଖରେ ପହଞ୍ଚିଛନ୍ତି ଦିବ୍ୟାଙ୍ଗ ଦମ୍ପତି । ଢେଙ୍କାନାଳ ହିନ୍ଦୋଳ ଘୋଡାଡିଆଁର ଦିବ୍ୟାଙ୍ଗ ଦମ୍ପତି ମହରଗା ନାଏକ ଓ ଦୁଃଖୀ ନାଏକ । ମହରଗାଙ୍କୁ ଭଲ ଭାବେ ଦେଖାଯାଉନଥିବା ବେଳେ ଦୁଃଖୀ ପାଲଟିଯାଇଛନ୍ତି ସତରେ ଦୁଃଖୀ । ବହୁବାର ଜଣାଇ ପ୍ରଶାସନ ବି ଶୁଣୁନି । ଶେଷରେ ବହୁ କଷ୍ଟରେ ଆସି ପହଞ୍ଚିଛନ୍ତି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସରେ । ସ୍ୱାମୀଙ୍କ ଅନୁରୋଧ ଦୁଃଖୀଙ୍କ ପାଇଁ ଖଣ୍ଡେ ହୁଇଲ ଚେୟାର ଦିଆଯାଉ । କେହି ନଶୁଣିବାରୁ ଶେଷରେ ଜିଲ୍ଲାପାଳଙ୍କ ନିକଟରେ ଗୁହାର ଲଗାଇଛନ୍ତି ଏହି ବୃଦ୍ଧ ଦିବ୍ୟାଙ୍ଗ ଦମ୍ପତି ।