କନକ ବ୍ୟୁରୋ : ପୁରୀ ଜିଲ୍ଲା ନିମାପଡା ବଳଙ୍ଗାର ଦିବ୍ୟାଙ୍ଗ ମୂର୍ତି କାରିଗର ବୀରକିଶୋର ସାହୁ । ଗୋଟିଏ ହାତ ଓ ଗୋଟିଏ ଗୋଡ ସମ୍ପୂର୍ଣ୍ଣ ଅଚଳ ଥାଇ ବି ଜୀବନ ଯୁଦ୍ଧରେ ହାର୍ ମାନିନାହାନ୍ତି ସେ । ପିଲାବେଳୁ ମୂର୍ତ୍ତି ଗଢିବାର ନିଶା ପରେ ପେସାରେ ପରିଣତ ହୋଇଛି । ମାଟିରେ ବିଭିନ୍ନ ମୂର୍ତ୍ତି କରି ବିକ୍ରି କରନ୍ତି ବୀରକିଶୋର । ବୀର କିଶୋରଙ୍କ ମୂର୍ତି ଚାହିଦା ଅଂଚଳରେ ବେଶ୍ ରହିଛି । ତଥାପି ଯେତିକି ପାରିଶ୍ରମିକ ମିଳୁଛି ସେତିକିରେ ଚଳିବା କଷ୍ଟକର ହୋଇପଡୁଛି । ଏପରିକି ଔଷଧ କିଣିବା ବି କଷ୍ଟକର ହୋଇପଡୁଛି । ଏଭଳି ଅବସ୍ଥାରେ ତାଙ୍କୁ ସହଯୋଗର ହାତ ବଢାଇଛନ୍ତି, ପୁରୀର ସମାଜସେବୀ ଅରୁନ୍ଧତୀ ବେହେରା ।

Advertisment