୮୦ବର୍ଷ ବୟସରେ ଜଗନ୍ନାଥ ଦର୍ଶନର ନିଶା । ପାଦରେ ଚାଲି କେନ୍ଦ୍ରାପଡ଼ାରୁ ପୁରୀ ଅଭିମୁଖେ ବାହାରିଲେ ୧୫ ଜଣ ଭକ୍ତ

Advertisment
୮୦ବର୍ଷ ବୟସରେ ଜଗନ୍ନାଥ ଦର୍ଶନର ନିଶା । ପାଦରେ ଚାଲି କେନ୍ଦ୍ରାପଡ଼ାରୁ ପୁରୀ ଅଭିମୁଖେ ବାହାରିଲେ ୧୫ ଜଣ ଭକ୍ତ

କନକ ବ୍ୟୁରୋ: ୮୦ବର୍ଷ ବୟସରେ ଜଗନ୍ନାଥ ଦର୍ଶନର ନିଶା । ପାଦରେ ଚାଲି କେନ୍ଦ୍ରାପଡ଼ାରୁ ପୁରୀ ବାହାରିଛନ୍ତି ୧୫ ଜଣ ଭକ୍ତ । ଏମାନଙ୍କ ମଧ୍ୟରେ ଜଣେ ୮୦ ବର୍ଷ ବୟସର ଶ୍ରଦ୍ଧାଳୁ ମଧ୍ୟ ରହିଛନ୍ତି । କେନ୍ଦ୍ରାପଡ଼ାରୁ ପୁରୀ ପ୍ରାୟ ୨୩୦ କିଲୋମିଟର ବାଟ ପାଦରେ ଚାଲି ଚାଲି ଯିବାକୁ ସାହସ ରଖିଛନ୍ତି ଏହି ଶ୍ରଦ୍ଧାଳୁ ।

publive-image

ପ୍ରାୟ ୧୦ ବର୍ଷ ଧରି ପାଦରେ ଚାଲି ଚାଲି ଜଗାର ଦର୍ଶନ କରିଥାନ୍ତି ଏହି ଶ୍ରଦ୍ଧାଳୁ ଜଣକ । ପାଦରେ ଚାଲି ଚାଲି ରଥଯାତ୍ରା ପୂର୍ବଦିନ ପହଂଚି ରଥଯାତ୍ରାରେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଥାନ୍ତି । ଜଗନ୍ନାଥଙ୍କ ଆଶିର୍ବାଦରୁ କୌଣସି ବାଧାବିଘ୍ନ ହୋଇନଥାଏ ବୋଲି କହିଛନ୍ତି ବୃଦ୍ଧ ଶ୍ରଦ୍ଧାଳୁ ।

publive-image

କେବଳ ବାଙ୍ଗରକୁଆ ଗାଁରୁ ଜଗାକୁ ଦେଖିଆସିଥିବା ଏହି ୧୫ ଜଣ ଭକ୍ତ ନୁହଁନ୍ତି ଢେଙ୍କାନାଳ ଜିଲ୍ଲାରୁ ମଧ୍ୟ ୬୦ ରୁ ଅଧିକ ଶ୍ରଦ୍ଧାଳୁ କାଳିଆ ଠାକୁରଙ୍କୁ ଦେଖିବା ପାଇଁ ପାଦରେ ଚାଲି ଚାଲି ଆସି ଶ୍ରୀକ୍ଷେତ୍ରରେ ପହଂଚିଛନ୍ତି । ଏମାନେ ମଧ୍ୟ ପ୍ରତି ବର୍ଷ ଭଳି ଚଳିତ ବର୍ଷ ବି ଭୁବନ ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା କରି ସଙ୍କୀର୍ତ୍ତନ କରି ଯାତ୍ରା ଆରମ୍ଭ କରନ୍ତି। ଭକ୍ତ ମାନେ ସଙ୍କୀର୍ତ୍ତନ କରି ଜଗନ୍ନାଥଙ୍କ ଜଣାଣ ଗାନ କରି ପାଦରେ ଚାଲି ଚାଲି ଆସି ଆଜି ପୁରୀରେ ପହଂଚିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe