ଛାଡପତ୍ର ପାଇଥିବା ମହିଳାଙ୍କୁ ଭତ୍ତା ଦେବେ ରାଜ୍ୟ ସରକାର। ମଧୁବାବୁ ପେନସନ ଯୋଜନାରେ କରାଯିବ ଅନ୍ତର୍ଭୁକ୍ତ

Advertisment
ଛାଡପତ୍ର ପାଇଥିବା ମହିଳାଙ୍କୁ ଭତ୍ତା ଦେବେ ରାଜ୍ୟ ସରକାର। ମଧୁବାବୁ ପେନସନ ଯୋଜନାରେ କରାଯିବ ଅନ୍ତର୍ଭୁକ୍ତ

Source:DNA India

କନକ ବ୍ୟୁରୋ: ଛାଡ଼ପତ୍ର ପାଇଥିବା ମହିଳାଙ୍କୁ ରାଜ୍ୟ ସରକାର ପେନସନ୍ ପ୍ରଦାନ କରିବେ। ସେମାନଙ୍କୁ ମଧୁବାବୁ ପେନସନ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ। ଗତକାଲି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା। ଏ ନେଇ ସରକାରୀ ସ୍ତରରେ ପ୍ରକ୍ରିୟା ଚାଲିଛି। ଖୁବ୍ ଶୀଘ୍ର ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ ଜଣାଇଛନ୍ତି।

ଭିନ୍ନକ୍ଷମାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସାମାଜିକ କ୍ଷେତ୍ରରେ ସୁବିଧା ପାଇଁ ରାଜ୍ୟ ସରକାର ଆର୍ଥିକ ସହାୟତା ଯୋଗାଇ ଦେବା ସମ୍ପର୍କରେ ନିତ୍ୟାନନ୍ଦ ଗଣ୍ଡ ମୂଳ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଥିଲେ, ଭିନ୍ନକ୍ଷମାନଙ୍କ ପାଇଁ ସ୍ବତନ୍ତ୍ର ବିଦ୍ୟାଳୟ, ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ଶିକ୍ଷାବୃତ୍ତି, ଭିନ୍ନକ୍ଷମମାନଙ୍କୁ ସ୍ବାସ୍ଥ୍ୟସେବା ଓ ସାମାଜିକ ସହାୟତା ଆଦି ପ୍ରଦାନ କରାଯାଉଛି।ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ, ରାଜ୍ୟରେ ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ପର୍ଯ୍ୟାପ୍ତ  ପରିମାଣରେ ହୋଇ ନାହିଁ। ବେସରକାରୀ ବିଦ୍ୟାଳୟରେ ପିଲାମାନଙ୍କୁ ଶୋଷଣ କରାଯାଉଛି। ପଢ଼ା ସରିଲା ପରେ ସେମାନଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଉ।

ମନ୍ତ୍ରୀ ଉତ୍ତରରେ କହିଥିଲେ, ଶିକ୍ଷା ନିଶ୍ଚିତ ପ୍ରଥମ ମାନଦଣ୍ଡ। ତେଣୁ ସରକାର ତାହାକୁ ଗୁରୁତ୍ବ ଦେଉଛନ୍ତି। ଆତ୍ମନିଯୁକ୍ତି ପାଇଁ ଧନ୍ଦାମୂଳକ ତାଲିମ୍ ବି ଦିଆଯାଉଛି। ବିଭିନ୍ନ ବେସରକାରୀ ସଂସ୍ଥା ଟଙ୍କା ନେଇ ଠିକ୍ ଭାବେ କାମରେ ଲଗାଉଛନ୍ତି କି ନାହିଁ, ତାହାକୁ ମୁଁ ଅନୁଧ୍ୟାନ କରିବାକୁ ନିଜେ ବିଭିନ୍ନ ସ୍କୁଲ୍ ପରିଦର୍ଶନ କରିବି। ଭିନ୍ନକ୍ଷମମାନଙ୍କୁ ସାର୍ଟିଫିକେଟ୍ ଦେବା ପାଇଁ ପ୍ରତି ବ୍ଲକ୍ରେ ବର୍ଷକୁ ଦୁଇ ଥର ଶିବିର କରିବା ପାଇଁ ଶ୍ରୀକାନ୍ତ ସାହୁ ପ୍ରସ୍ତାବ ଦେଇଥିଲେ। ଭାସ୍କର ମଢ଼େଇ, କେ ନାରାୟଣ ରାଓ ଓ ଦେବେଶ ଆଚାର୍ଯ୍ୟ ପ୍ରମୁଖ ଅତିରିକ୍ତ ପ୍ରଶ୍ନ କରିଥିଲେ।

ମନ୍ତ୍ରୀ କହିଥିଲେ, ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନକୁ ସଶକ୍ତ, ବ୍ୟାପକ କରିବା ପାଇଁ ‘କ୍ଷମତା ଏକ୍ସପ୍ରେସ୍’ ନାମକ ଏକ ଭ୍ରାମ୍ୟମାଣ ଶିବିର ରାଜ୍ୟର ବିଭିନ୍ନ ଅଞ୍ଚଳ ବିଶେଷ କରି ଅପହଞ୍ଚ ଇଲାକାରେ କାର୍ଯ୍ୟ କରୁଛି। ଏହି ଶିବିରରେ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନର ସୁବିଧା ରଖାଯାଇଛି। ତେଣୁ େଲାକମାନେ ଏହାର ସୁଯୋଗ ନେଇପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe