ଛାଡପତ୍ର ମନ୍ଦିର: ଛାଡପତ୍ର ମନ୍ଦିର ନାଁ ଶୁଣି ଆପଣଙ୍କୁ ଟିକେ ଅଜବ ଲାଗୁଥିବ କିନ୍ତୁ ଏପରି ଏକ ମନ୍ଦିର ଆଜି ବି ଜାପାନରେ ଅଛି । ଏହି ମନ୍ଦିର ଜାପାନର କାମାକୁରା ସହରରେ ଅବସ୍ଥିତ । ଏହା ପଛରେ ଏକ କାହାଣୀ ମଧ୍ୟ ଅଛି । ଯଦି ଲୋକମାନଙ୍କ କଥାକୁ ବିଶ୍ୱାସ କରାଯାଏ ତେବେ ଏହି ଟୋକାଇ-ଜୀଙ୍କର ଇତିହାସ ପ୍ରାୟ ୭୦୦ ବର୍ଷ ପୁରୁଣା ଅଟେ । ଏହି ମନ୍ଦିର ଘରୋଇ ହିଂସା ପୀଡିତ ମହିଳାଙ୍କ ଘର ବୋଲି ବିବେଚନା କରାଯାଏ ।
ଛାଡପତ୍ର ମନ୍ଦିର: ଦୁନିଆରେ ଏପରି ଅନେକ ସ୍ଥାନ ଅଛି ଯାହା ସେମାନଙ୍କର ଅଜବ ଇତିହାସ ପାଇଁ ବେଶ ଜଣାଶୁଣା । ଆପଣ ଭାରତରେ ଏପରି ଅନେକ ସ୍ଥାନ ପାଇବେ । ଏଠାରେ ଆମେ ଆପଣଙ୍କୁ ଏପରି ଏକ ମନ୍ଦିର ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ଜାଣି ଆପଣ ଚକିତ ହେଇଯିବେ । ଏହି ମନ୍ଦିରକୁ ଛାଡପତ୍ର ମନ୍ଦିର କୁହାଯାଏ । ଏହି ମନ୍ଦିରର ନାମ ହେଉଛି ମାଟସୁଗୋକା ଟୋକି-ଜୀ । ଏହା ଜାପାନରେ ଅବସ୍ଥିତ । ଦ୍ୱାଦଶ ଏବଂ ୧୩ ତମ ଶତାବ୍ଦୀରେ, ଜାପାନ ସମାଜରେ କେବଳ ପୁରୁଷମାନଙ୍କ ପାଇଁ ଛାଡପତ୍ରର ବ୍ୟବସ୍ଥା ଥିଲା । କେବଳ ପୁରୁଷମାନେ ହିଁ ଛାଡପତ୍ର ଦେଇ ପାରୁଥିଲେ । ସେହି ସମୟରେ ପୁରୁଷମାନେ ନିଜ ପତ୍ନୀଙ୍କୁ ଅତି ସହଜରେ ଛାଡପତ୍ର ଦେଇପଢ଼ୁଥିଲେ । ସେହି ସମୟରୁ ଆରମ୍ଭ ହୋଇଥିବା ଏହି ମନ୍ଦିରର ଦ୍ଵାରା ଘରୋଇ ହିଂସା କିମ୍ବା ନିର୍ଯାତନାର ଶିକାର ହୋଇଥିବା ମହିଳାଙ୍କ ପାଇଁ ସର୍ବଦା ଖୋଲା ଥିଲା ।
ଏହି ମନ୍ଦିରର ଇତିହାସ ଅନନ୍ୟ ଅଟେ
ଛାଡପତ୍ର ମନ୍ଦିର ଶୁଣିବାକୁ ଟିକେ ଅଜବ ଲାଗୁଛି, କିନ୍ତୁ ଏହା ପଛରେ ଏକ କାହାଣୀ ମଧ୍ୟ ଅଛି । ଯଦି ଲୋକମାନଙ୍କ କଥାକୁ ବିଶ୍ୱାସ କରାଯାଏ ତେବେ ଟୋକାଇ-ଜୀଙ୍କର ଇତିହାସ ପ୍ରାୟ ୭୦୦ ବର୍ଷ ପୁରୁଣା । ଏହି ମନ୍ଦିର ଜାପାନର କାମାକୁରା ସହରରେ ଅବସ୍ଥିତ । ଏହି ମନ୍ଦିର ଘରୋଇ ହିଂସା ପୀଡିତ ମହିଳାଙ୍କ ଘର ବୋଲି ବିବେଚନା କରାଯାଏ । କୁହାଯାଏ ଯେ ଶତାବ୍ଦୀ ପୂର୍ବରୁ ମହିଳାମାନେ ଏହି ଅତ୍ୟାଚାର କରୁଥିବା ସ୍ୱାମୀଙ୍କଠାରୁ ମୁକ୍ତି ପାଇବା ପାଇଁ ଏହି ମନ୍ଦିରରେ ଆଶ୍ରୟ ନେଉଥିଲେ ।
କିଏ ଏହି ମନ୍ଦିର ନିର୍ମାଣ କରିଥିଲେ ?
ଏହି ମନ୍ଦିରଟି କାକୁସାନ୍ ନାମକ ଜଣେ ନନ୍ ତାଙ୍କ ସ୍ୱାମୀ ହୋଜୋ ଟୋକିମୁନ୍ ଙ୍କ ସହ ମିଶି ନିର୍ମାଣ କରିଥିଲେ । ସେ ତାଙ୍କ ସ୍ୱାମୀଙ୍କ ସହ ଖୁସି ନଥିଲେ କିମ୍ବା ଛାଡପତ୍ର ପାଇବା ପାଇଁ ତାଙ୍କ ପାଖରେ କୌଣସି ଉପାୟ ନଥିଲା।ଜାପାନର କାମାକୁରା ଯୁଗରେ ସ୍ୱାମୀମାନେ ବିନା କୌଣସି କାରଣରେ ସ୍ତ୍ରୀ ମାନଙ୍କୁ ଛାଡପତ୍ର ଦେଇ ପଢ଼ୁଥିଲେ । ଏଥିପାଇଁ ମାତ୍ର ସାଢେ ତିନି ଧାଡିର ଏକ ନୋଟିସ୍ ଲେଖିବାକୁ ପଡୁଥିଲା । ଲୋକଙ୍କ କହିବାନୁସାରେ, ମହିଳାମାନେ ଏହି ମନ୍ଦିରରେ ପ୍ରାୟ ତିନି ବର୍ଷ ରହିବା ପରେ ମହିଳାମାନେ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇ ପଢ଼ୁଥିଲେ ପରେ ଏହାକୁ ଦୁଇ ବର୍ଷକୁ ହ୍ରାସ କରାଯାଇଥିଲା ।
ପୁରୁଷମାନଙ୍କୁ ପ୍ରବେଶ ଅନୁମତି ନଥିଲା
୧୯୦୨ ମସିହା ପର୍ଯ୍ୟନ୍ତ, ମନ୍ଦିରରେ ପୁରୁଷମାନଙ୍କ ପ୍ରବେଶକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଥିଲା କିନ୍ତୁ ପରେ, ଯେତେବେଳେ ଏଙ୍ଗାକୁ-ଜୀ ୧୯୦୨ ମସିହାରେ ଏହି ମନ୍ଦିରକୁ ଅକ୍ତିଆର କଲେ ତାପରେ ସେ ମନ୍ଦିରରେ ଜଣେ ପୁରୁଷ ମଠାଧୀଶଙ୍କୁ ନିଯୁକ୍ତି ଦେଇଥିଲେ । ତାହାପରେ ଯାଇ ସେଠାରେ ପୁରୁଷମାନେ ପ୍ରବେଶ କରି ପାରିଥିଲେ ।