କନକ ବ୍ୟୁରୋ: ଭଲ ନିଦ ପାଇଁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଛାଡ଼ପତ୍ର । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏ କଥା ଟି ସତ । ଏହି ଛାଡ଼ପତ୍ରରେ କିନ୍ତୁ ସ୍ୱାମୀ-ସ୍ତ୍ରୀ ପରସ୍ପରକୁ ଛାଡିବେନାହିଁ । ଉଭୟଙ୍କ ସହମତିକ୍ରମେ କେବଳ ଅଲଗା ଅଲଗା ଶୋଇବେ । ଏଥିପାଇଁ ଉଭୟଙ୍କ ସହମତି କ୍ରମେ କୋର୍ଟରେ ସହମତିପତ୍ର ଦାଖଲ କରିବାକୁ ପଡିବ । ସ୍ୱାମୀ-ସ୍ତ୍ରୀ, ଏକାଠି ଶୋଉନାହାନ୍ତି ଅର୍ଥାତ ତାଙ୍କ ଭିତରେ ସମ୍ପର୍କ ଭଲ ନାହିଁ, ଏପ୍ରକାରର ଏକ ଧାରଣା ଭାରତରେ ପ୍ରଚଳିତ । କିନ୍ତୁ ଆମେରିକା ସହ ୧୭ ଦେଶରେ ସ୍ଲିପ ଡିଭୋର୍ସ ବା ନିଦ ପାଇଁ ଅଲଗା ଶୋଇବା ଉପାୟକୁ ଆପଣାଯାଉଛି । ଏହାର ବିଭିନ୍ନ କାରଣ ରହିଛି ।

Advertisment

କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ୨୦୧୯ର ତଥ୍ୟ ଅନୁଯାୟୀ ୪୦ପ୍ରତିଶତ ଦମ୍ପତ୍ତି ରାତିରେ ଭଲରେ ଶୋଇପାରୁନାହାନ୍ତି । ଏମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ମହିଳା, ସ୍ୱାମୀଙ୍କ ଘୁଂଗୁଡି ଯୋଗୁଁ ଶୋଇ ନପାରୁଥିବା ତଥ୍ୟ ସାମ୍ନାକୁ ଆସିଛି । ମହିଳାଙ୍କ ଶୀଘ୍ର ଉଠିବା ପାଇଁ ସେମାନେ ଲଗାଉଥିବା ଆଲାର୍ମ କାରଣରୁ ଏକ ତୃତୀୟାଂଶ ପୁରୁଷ ରାତିରେ ଭଲ ନିଦରେ ଶୋଇପାରୁନାହାନ୍ତି । ସେଥିପାଇଁ ଏକ ନୂତନ ବ୍ୟବସ୍ଥା ଭାବେ ସ୍ଲିପ ଡିଭୋର୍ସକୁ ଆପଣାଯାଉଛି । ଏହି ଉପାୟ କରିବା ପାଇଁ ୭ଦିନ ସ୍ୱାମୀ-ସ୍ତ୍ରୀ ପରସ୍ପର ସହିତ କଥା ହେବେ ଏବଂ ଉଭୟଙ୍କ ସହମତି କ୍ରମେ ନିଷ୍ପତି ନେବେ । ଏହି ନିଷ୍ପତି ଅନୁଯାୟୀ କେବଳ ଶୋଇବା ସମୟରେ ଉଭୟ ଗୋଟିଏ ବେଡରୁମରେ ଅଲଗା ଅଲଗା ବେଡରେ ଶୋଇବେ କିମ୍ବା ଘରେ ଯଦି ଅଧିକ କୋଠରୀ ରହିଛି ତେବେ ଅଲଗା ଅଲଗା କୋଠରୀରେ ରହିବେ ।

ନିଦ ପାଇଁ ଛାଡ଼ପତ୍ର!

୧. ଆରାମଦାୟକ ନିଦ ପାଇଁ ଅଲଗା ଅଲଗା ଶୋଇବାକୁ ‘ସ୍ଲିପ ଡିଭୋର୍ସ’ କୁହାଯାଏ

୨. ଭଲ ନିଦ ପାଇଁ ଦମ୍ପତ୍ତିମାନେ ଅଲଗା ଅଲଗା ବେଡ୍ରେ ଶୋଇଥାନ୍ତି

୩.ଭଲ ନିଦ ପାଇଁ ଦମ୍ପତ୍ତି ଏହି ଉପାୟ ଆପଣାଉଛନ୍ତି

୪. ଭଲ ନିଦ ହେଲେ ଶରୀର ସୁସ୍ଥ ରହିଥାଏ

୫. ଶରୀର ସୁସ୍ଥ ରହିଲେ ମନ ଭଲ ରୁହେ ଓ ଫୂର୍ତ୍ତି ଲାଗେ

୬ .୧୭ ଦେଶରେ ‘ସ୍ଲିପ ଡିଭୋର୍ସ’ ଉପାୟକୁ ଆପଣାଯାଉଛି

୭ .ସ୍ୱାସ୍ଥ୍ୟ ସମସ୍ୟା ଯୋଗୁଁ ଭଲ ନିଦ ହେଉନଥିଲେ ଏହା ଉପକାରୀ ନୁହେଁ