ବାଇକ ଚାଳକଙ୍କ ପାଇଁ ବଡ ଖବର । ଏଣିକି ପଛରେ ବସିଲେ ବି ପିନ୍ଧିବେ ହେଲମେଟ୍‌ । ନିୟମ ନମାନିଲେ ରଦ୍ଦ ହେବ ଲାଇସେନ୍ସ ।

ଏଣିକି ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ: ଦୁଇ ଜଣ ଯାକ ହେଲମେଟ୍ ନପିନ୍ଧିିଲେ ରଦ୍ଧ ହେବ ଲାଇସେନ୍ସ; କୌଣସି ବି ମୁହୂର୍ତ୍ତରେ ହୋଇପାରେ ଲାଗୁ

କନକ ବ୍ୟୁରୋ : ବାଇକ ଚାଳକଙ୍କ ପାଇଁ ଆସିଛି ବଡ ଖବର । ଏଣିକି ବାଇକ ଚାଳକଙ୍କ ସହ ପଛରେ ବସିଥିବା ସହଯାତ୍ରୀ ମଧ୍ୟ ପିନ୍ଧିବେ ହେଲମେଟ୍‌ । ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଆରଟିଓ ପକ୍ଷରୁ ଏନେଇ ନିୟମ ଜାରି କରାଯାଇଛି । ଏହି ନିୟମକୁ ଉଲ୍ଲଘଂନ କଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି କୁହାଯାଇଛି ।

ଗତକିଛି ଦିନ ତଳେ କେବଳ ବାଇକ ଚାଳକ ହେଲମେଟ ନିପିନ୍ଧିଲେ ଲାଇସେନ୍ସ ରଦ୍ଦ ହେବ ବୋଲି ନିୟମ ଜାରି ହୋଇଥିଲା । ଏହି ନିୟମ ଡିସେମ୍ବର ୧ରୁ ଲାଗୁ ହୋଇଛି । ତେବେ ବାଇକ ଚାଳକ ଓ ସହଯାତ୍ରୀଙ୍କ ସୁରକ୍ଷା ପାଇଁ ଆରଟିଓ ପକ୍ଷରୁ ଆଜି ପୁଣି ଏହି ନିୟମ ଜାରି ହୋଇଛି ।

ନୂଆ ମୋଟର ଯାନ ଆଇନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିତ ଧରପଗଡ ଆରମ୍ଭ ହୋଇଥିଲା । ହେଲେ କରୋନା ଯୋଗୁଁ ଏସବୁ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ପୁଣି ରାଜ୍ୟ ସରକାର ହେଲମେଟ ନିୟମକୁ ରାଜ୍ୟରେ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାଇକ ଚାଳକଙ୍କ ସହ ସହଯାତ୍ରୀଙ୍କ ପାଇଁ ମଧ୍ୟ ହେଲମେଟ ବାଧ୍ୟତାମୂଳକ କରିଛନ୍ତି ସରକାର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe