କନକ ବ୍ୟୁରୋ : ବାଇକ ଚାଳକଙ୍କ ପାଇଁ ଆସିଛି ବଡ ଖବର । ଏଣିକି ବାଇକ ଚାଳକଙ୍କ ସହ ପଛରେ ବସିଥିବା ସହଯାତ୍ରୀ ମଧ୍ୟ ପିନ୍ଧିବେ ହେଲମେଟ୍ । ଏହି ନିୟମକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ଆରଟିଓ ପକ୍ଷରୁ ଏନେଇ ନିୟମ ଜାରି କରାଯାଇଛି । ଏହି ନିୟମକୁ ଉଲ୍ଲଘଂନ କଲେ ଲାଇସେନ୍ସ ରଦ୍ଦ କରାଯିବ ବୋଲି କୁହାଯାଇଛି ।
ଗତକିଛି ଦିନ ତଳେ କେବଳ ବାଇକ ଚାଳକ ହେଲମେଟ ନିପିନ୍ଧିଲେ ଲାଇସେନ୍ସ ରଦ୍ଦ ହେବ ବୋଲି ନିୟମ ଜାରି ହୋଇଥିଲା । ଏହି ନିୟମ ଡିସେମ୍ବର ୧ରୁ ଲାଗୁ ହୋଇଛି । ତେବେ ବାଇକ ଚାଳକ ଓ ସହଯାତ୍ରୀଙ୍କ ସୁରକ୍ଷା ପାଇଁ ଆରଟିଓ ପକ୍ଷରୁ ଆଜି ପୁଣି ଏହି ନିୟମ ଜାରି ହୋଇଛି ।
ନୂଆ ମୋଟର ଯାନ ଆଇନ ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରାଫିତ ଧରପଗଡ ଆରମ୍ଭ ହୋଇଥିଲା । ହେଲେ କରୋନା ଯୋଗୁଁ ଏସବୁ ବନ୍ଦ ହୋଇଯାଇଥିଲା । ବର୍ତ୍ତମାନ ପୁଣି ରାଜ୍ୟ ସରକାର ହେଲମେଟ ନିୟମକୁ ରାଜ୍ୟରେ ଜାରି କରିବାକୁ ନିଷ୍ପତ୍ତି ନେଇଛନ୍ତି । ବାଇକ ଚାଳକଙ୍କ ସହ ସହଯାତ୍ରୀଙ୍କ ପାଇଁ ମଧ୍ୟ ହେଲମେଟ ବାଧ୍ୟତାମୂଳକ କରିଛନ୍ତି ସରକାର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/12/39-2.jpg)