ସାରା ବିଶ୍ୱରେ ଆତଙ୍କ ରଚୁଛିି କରୋନା । ପରିସ୍ଥିତିକୁ ଦୃଷ୍ଟିରେ ରଖି ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ଅପିଲ : କହିଲେ, ହାତ ମିଳାନ୍ତୁନି କରନ୍ତୁ ଭାରତୀୟଙ୍କ ଭଳି ନମସ୍କାର

1,387

କନକ ବ୍ୟୁରୋ : କରୋନା ଭୂତାଣ ଦ୍ରୁତ ଗତିରେ ବ୍ୟାପୁଛି । କରୋନା ସଂକ୍ରମଣରୁ ବଂଚିବା ପାଇଁ ଅନ୍ୟକୁ ସ୍ପର୍ଶ ନକରିବା ପାଇଁ କହୁଛନ୍ତି ଡାକ୍ତର । ତେଣୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଦେଶବାସୀଙ୍କୁ ଅନ୍ୟକୁ ସ୍ପର୍ଶନ କରି ଅଭିବାଦନ କରିବା ଶୈଳୀ ଏକ ପ୍ରେସ କନଫରେନ୍ସରେ ବତାଇଛନ୍ତି । ସେ କହିଛନ୍ତି, ଅନ୍ୟ ବ୍ୟକ୍ତି ସହ ହାତ ନମିଳାଇ ଭାରତୀୟଙ୍କ ଭଳି ନମସ୍କାର କରନ୍ତୁ । କିମ୍ବା ଅନ୍ୟ ବ୍ୟକ୍ତିଙ୍କୁ ସଲାମ କହି ମଧ୍ୟ ଅଭିବାଦନ କରିପାରିବେ । ଏଥିସହ ଅନ୍ୟବ୍ୟକ୍ତିକୁ କରମର୍ଦ୍ଦନ ନ କରିବା ପାଇଁ ନେତାନ୍ୟାହୁ ଇସ୍ରାଏଲର ଜନତାକୁ ପରାମର୍ଶ ଦେଇଛନ୍ତି ।

ସେହିପରି ଭାରତୀୟମାନେ କପରି ହାତ ଯୋଡି ପାପୁଲି ଯୋଡି, ନମସ୍କାର କରନ୍ତି, ସେହି ପ୍ରେସମିଟରେ ଡେମୋ କରି ଦେଖାଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଇସ୍ରାଏଲରେ କରୋନା ଭାଇରସ ସଂକ୍ରମଣକୁ ନେଇ ଆୟୋଜିତ ପ୍ରେସକନଫରେନ୍ସରେ ନମସ୍କାର କରି ଅଭିବାଦନ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି ନେତାନ୍ୟାହୁ । ଇସ୍ରାଏଲରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୭ ହଜାର ସନ୍ଦିଗ୍ଧ ଆକ୍ରାନ୍ତ ହୋମ ଆଇସୋଲେସନରେ ରଖାଯାଇଛି । ୫ ହଜାର ଲୋକ ଏକାଠି ହେବା ଉପରେ କଟକଣା ଜାରି କରାଯାଇଛି ।