ମାହାଙ୍ଗା ପ୍ରସଙ୍ଗକୁ ନେଇ ବିଧାନସଭାରେ ପୁଣି ହଙ୍ଗାମା । ମନ୍ତ୍ରୀ ପ୍ରତାପ ଜେନାଙ୍କ ବହିଷ୍କାର ଦାବିରେ ବିରୋଧୀଙ୍କ ହଟଗୋଳ ।

106

କନକ ବ୍ୟୁରୋ: ବିଧାନସଭାରେ ହଙ୍ଗାମା । ୬ ଦିନ ଧରି ଧାନକିଣାକୁ ନେଇ ବିଧାନସଭା ଅଚଳ ହେବା ପରେ ଏବେ ଟାର୍ଗେଟରେ ଆଇନମନ୍ତ୍ରୀ ପ୍ରତାପ ଜେନା । ପ୍ରସଙ୍ଗ ହେଉଛି ମାହାଙ୍ଗା ଡବଲ ମର୍ଡର । ବିରୋଧୀ ଦଳ ନେତା ଅଭିଯୋଗ କରୁଛନ୍ତି, ଆଇନମନ୍ତ୍ରୀଙ୍କ ନାଁ ୧୩ତମ ମୁଦାଲା ଭାବେ ରହିଛି । ତେଣୁ ତାଙ୍କୁ ବହିଷ୍କାର କରାଯାଉ । କଂଗ୍ରେସ ମଧ୍ୟ ମନ୍ତ୍ରୀଙ୍କୁ ଟାର୍ଗେଟ କରିବାରେ ପଛରେ ରହିନାହିଁ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଦୁର୍ନୀତି କଥା ଉଠାଇବାରୁ ଜାନୁଆରୀ ୨ ତାରିଖରେ ମହାଙ୍ଗାରେ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା । ଘଟଣାର ପାଖାପାଖି ଏକମାସପରେ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ୱାଳଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ମିଳିଲା । ସେପଟେ ବିଧାନସଭାକୁ ସ୍ୱାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡକାଇଥିଲେ ବି ଏହା ଫେଲ ମାରିଛି ।