କନକ ବ୍ୟୁରୋ :ବିଶେଷସୂତ୍ରରୁ ମିଳିଥିବା ଖବର ଅନୁସାରେ, ଆଜି ସନ୍ଧ୍ୟା ୫ଟାରେ ବିଧାୟକମାନଙ୍କର ଅପ୍ରତ୍ୟାଶିତ ବୈଠକ ବସିବା ପୂର୍ବରୁ କଂଗ୍ରେସ ପଠାଇଥିବା ନୋଟିସ୍ ପାଇ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍ ଅମରିନ୍ଦର୍ ସିଂହଙ୍କ ପାଖରୁ ସୋନିଆ ଗାନ୍ଧିଙ୍କ ପାଖକୁ ଫୋନ୍ କଲ ଯାଇଛି । ଏଭଳି ଚାଲିଲେ ମୁଖ୍ୟମନ୍ତ୍ରୀ ପଦ ଛାଡିଦେବି ବୋଲି ବାର୍ତ୍ତାଳାପ ସମୟରେ ସୋନିଆଙ୍କୁ ରୋକଠୋକ ଭାବେ ଅମିରନ୍ଦର କହିଥିବା ନେଇ ଚର୍ଚ୍ଚା ହେଉଛି ।
ଅନ୍ୟ ଏକ ସୂତ୍ରରୁ ଜଣାପଡ଼ିଛି ଯେ, ମୁଖ୍ୟମନ୍ତ୍ରୀ ପଦର ଇସ୍ତଫା ଦେବା ଲାଗି ଅମରିନ୍ଦରଙ୍କୁ କୁହାଯାଇଛି। ତାଙ୍କ ସ୍ଥାନରେ ନବଜୋତ୍ ସିଂହ ସିଧୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।ବହୁସଂଖ୍ୟକ ବିଧାୟକମାନଙ୍କ ଠାରୁ ଆବେଦନ ପାଇଥିବା ଦର୍ଶାଇ ଜରୁରୀ ବୈଠକ ଘୋଷଣା କରାଯାଉଛି ବୋଲି ଗତ ବିଳମ୍ବିତ ରାତ୍ରୀରେ କଂଗ୍ରେସ ଟୁଇଟ୍ କରିଥିଲା। ଅମରିନ୍ଦର୍ ସିଂହଙ୍କୁ ହଟାଇ ଦେବା ଲାଗି ପଞ୍ଜାବ ବିଧାୟକମାନେ ଦଳ ଉପରେ ଚାପ ପକାଉଥିବା ବେଳେ ଅମରିନ୍ଦର ସିଂହ ଇସ୍ତଫା ଦେବାକୁ ଚାହୁଁ ନାହାନ୍ତି।
ପଞ୍ଜାବ ଦାୟିତ୍ବରେ ଥିବା ହରିଶ ରାୱତ୍, ରାହୁଲ୍ ଗାନ୍ଧୀ, ଅମରିନ୍ଦର ସିଂହ ଏବଂ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍ ସିଂହ ସିଧୁଙ୍କୁ ‘ଟ୍ୟାଗ୍’ ପୋଷ୍ଟ୍ କରିଥିବା ଟୁଇଟକୁ ସେମାନେ ମଧ୍ୟ ରି-ଟୁଇଟ୍ କରିଛନ୍ତି। ଅମରିନ୍ଦର ସିଂହ ଏବଂ ତାଙ୍କର ଦଳୀୟ ପ୍ରତିଦ୍ବନ୍ଦ୍ବୀ ନବଜୋତ୍ ସିଂହ ସିଧୁଙ୍କ ମଧ୍ୟରେ ଉପୁଜିଥିବା ବିବାଦର ମଧ୍ୟସ୍ଥତା କରିବାକୁ ଉଦ୍ୟମ କରିବାର ଅଳ୍ପ ଦିନ ପରେ ଏହି ବୈଠକ ଡକାଯିବା ନେତୃତ୍ବ ପରିବର୍ତ୍ତନର ସଙ୍କେତ ବହନ କରୁଛି ବୋଲି ଶୁଣାଯାଉଛି।
Follow Us