କେଉଁଠି ହିଂସା, କେଉଁଠି ରିଗିଂ ଅଭିଯୋଗ । ଝରିଗାଁ ବିଜେପି ବିଧାୟକ ପ୍ରାର୍ଥୀଙ୍କୁ ମାଡପିଟ୍, ୩ ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

430

କନକ ବ୍ୟୁରୋ : ଝରିଗାଁର ବିଜେପି ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁ କିଛି ଯୁବକ ଟଣା ଓଟରା କରି ମାଡ ମାରିଛନ୍ତି । ଅଭିଯୋଗ ଅନୁସାରେ ଦେଉଳକଣା ଗାଁର ବୁଥ୍ ନମ୍ବର ୨୦୪ରେ ବୁଥ୍ କ୍ୟାପଚରିଂ ହେଉଥିବା ଖବର ପାଇ ବୁଥକୁ ଯାଉଥିବାବେଳେ କିଛି ଯୁବକ ତାଙ୍କୁ ଆକ୍ରମଣ କରିଛନ୍ତି । ଏନେଇ ବିଧାୟକ ପ୍ରାର୍ଥୀ ନରସିଂହ ଭତ୍ରା ଥାନାରେ ଏତଲା ଦେଇଛନ୍ତି ।

ଚିକିଟି ନିର୍ବାଚନ ମଣ୍ଡଳୀରୁ ଆସିଛି ହିଂସାର ଏକାଧିକ ଖବର । ଚିକିଟି କଳବାଡ ପଂଚାୟତ ନୂଆ ମହିଷଣପୁରରେ ବିଜେଡି-ବିଜେପି କର୍ମୀ ହାତାହାତି ହୋଇଛନ୍ତି । ଗୋଟିଏ ଗୋଷ୍ଠିର ଆକ୍ରମଣରେ ଆଉ ଗୋଟିଏ ଗୋଷ୍ଠୀର ଦୁଇ ଜଣଙ୍କ ମୁଣ୍ଡ ଫାଟିଛି । ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କ ଉପସ୍ଥିତିରେ ଆକ୍ରମଣ କରିଛନ୍ତି ଦୁବୃର୍ତ । .. ସେହିପରି ପାତ୍ରପୁର ବ୍ଲକ ତୁରିବୁଡି ପଂଚାୟତ କନିିରିଡା ଗାଁରେ ଉତେଜନା ଦେଖିବାକୁ ମିଳିଛି । ବୁଥ୍ ବାହାରେ ଦୁଇ ଗୋଷ୍ଠୀ ହାତହାତି ହୋଇଛନ୍ତି । ଚିକିଟି କେ ନୂଆଁ ଗାଁ ୫୪ନମ୍ବର ବୁଥରେ ମଧ୍ୟ ହିଂସାକାଣ୍ଡ ଦେଖିବାକୁ ମିଳିଛି ।

ଦିଗପହଣ୍ଡି ବ୍ଲକ ଜକର ପଂଚାୟତ ତେଣ୍ଡୁଆପଡା ଗାଁରେ ବିଜେପି ଏଜେଂଟଙ୍କୁ ବାହାର କରି ବିଜେଡି ବୁଥ୍ କ୍ୟାପଚରିଂ କରୁଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗଞ୍ଜାମର ତିନି ଜଣ ପୁଲିଂ ଅଧିକାରୀ କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ ସହ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଏବଂ ଜଣଙ୍କୁ କାର୍ଯ୍ୟରୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ୱେବ କାଷ୍ଟିଂରୁ ମିଳିଥିବା ଭିଜୁଆଲ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ବିଭିନ୍ନ ସ୍ଥାନରେ ଇଭିଏମ ତ୍ରୁଟି ଯୋଗୁଁ ଉତେଜନା ହୋଇଥିବା ସାମନାକୁ ଆସିଛି ।