କନକ ବ୍ୟୁରୋ : ସମ୍ବଲପୁର ଜିଲ୍ଲାପରିଷଦ ବୈଠକରେ ପାଟିତୁଣ୍ଡ ହୋହଲ୍ଲା । ଅଂଚଳର ସମସ୍ୟା କହିବାରୁ ବୈଠକରୁ ବାହାର କରିଦେଲେ ଜିଲ୍ଲାପାଳ । ଯାହାକୁ ନେଇ ରେଙ୍ଗାଲି ଜୋନ-୨ର ଜିଲ୍ଲା ପରିଷଦ ସଦସ୍ୟ ଓ ଜିଲ୍ଲାପାଳଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି। ଗତକାଲି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସାଧାରଣ ବୈଠକ ଚାଲିଥିଲେ । ଏହି ସମୟରେ ରେଙ୍ଗାଲି ଜୋନ-୨ର ଜିଲ୍ଲା ପରିଷଦ ସଦସ୍ୟ ଦେବ ନାରାୟଣ ତିୱାରୀ ଅଂଚଳର ସମସ୍ୟା କଥା ଉଠାଇଥିଲେ । ହେଲେ ଜିଲ୍ଲାପାଳ ରାଗିଯାଇ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ବୈଠକରୁ ବାହାରି ଯିବାକୁ କହିଥିଲେ। ଏହାକୁ ବିରୋଧ କରି ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ତଥା ବ୍ଲକ ଅଧ୍ୟକ୍ଷ ବୈଠକରୁ ଉଠି ଚାଲିଯାଇଥିଲେ। ଏହାପରେ ଜିଲ୍ଲାପାଳ ପୁଣି କ୍ଷମା ପ୍ରାର୍ଥନା କରିବାରୁ ବୈଠକ ଆରମ୍ଭ ହୋଇଥିଲା । ବୈଠକରେ ଅନେକ ଉନ୍ନତିମୂଳକ କାର୍ୟ୍ୟର ସମୀକ୍ଷା ହେବା ସହ ଯେଉଁ କାର୍ୟ୍ୟ ଅଟକିଛି ତାହା କିପରି ଶୀଘ୍ର ଆରମ୍ଭ ହେବ ସେନେଇ ଆଲୋଚନା କରାଯାଇଛି।