କେମିତି ପାଠ ପଢିବ ଜିଲ୍ଲା ଟପ୍ପର? ବାପା ଦିନ ମଜୁରିଆ, ଉଚ୍ଚଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ ।

କେମିତି ପାଠ ପଢିବ ଜିଲ୍ଲା ଟପ୍ପର? ବାପା ଦିନ ମଜୁରିଆ, ଉଚ୍ଚଶିକ୍ଷା ପାଇଁ ଅର୍ଥ ସାଜିଛି ବାଧକ ।

କନକ ବ୍ୟୁରୋ : କିଛି ଦିନ ତଳେ ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଯୁକ୍ତ ଦୁଇ ବାଣିଜ୍ୟରେ କଳାହାଣ୍ଡିର ଜଣେ ଗରିବ ପରିବାରର ପୁଅ ନବରଙ୍ଗପୁର ଜିଲ୍ଲାର ଟପ୍ପର ହୋଇଛନ୍ତି । ହେଲେ ଆଗକୁ ଉଚ୍ଚଶିକ୍ଷା ପାଇଁ ଏହି ଗରିବ ମେଧାବୀ ଛାତ୍ରଙ୍କ ଆଗରେ ଅର୍ଥ ବଡ ବାଧକ ସାଜିଛି ।

ଧର୍ମଗଡ ବ୍ଲକ ରଏନଗୁଡା ଗାଁର ଜଣେ ଗରିବ ପରିବାରର ପୁଅ ଡୋଳେନ୍ଦ୍ର ଦୁରିଆ । ବାଣିଜ୍ୟରେ ୬ଶହ ମାର୍କରୁ ୫୨୭ ମାର୍କ ରଖି ନବରଙ୍ଗପୁର ଜିଲ୍ଲାର ଟପ୍ପର ହୋଇ କଳାହାଣ୍ଡି ଜିଲ୍ଲାର ଗର୍ବ ପାଲଟିଛନ୍ତି । ବାପା ଦିନ ମଜୁରୀ କରୁଥିବା ବେଳେ ମାଆ ଚୁଡି, ମାଳିର ପସରା ଧରି ଘରକୁ ଘର ବୁଲି ବିକ୍ରି କରି ଯାହା ମିଳେ ସେଥିରେ ପରିବାର ଚଳେ । ଅତି ଗରିବ ପରିବାର ହୋଇଥିବାରୁ ଡଳେନ୍ଦ୍ରଙ୍କୁ ନବରଙ୍ଗପୁର ଜିଲ୍ଲାର ଧୋଡିପାଣି ଆଶ୍ରମରେ ନାଁ ଲେଖାଇ ପାଠ ପଢାଉଥିଲେ ବାପା । ଏବେ ଡୋଳେନ୍ଦ୍ର ବି-କମ ପଢିବା ପାଇଁ ଇଛା ରଖିଛନ୍ତି । ହେଲେ ଏହି ଅଭାବୀ ପରିବାର ପାଇଁ ପୁଅକୁ ପାଠ ପଢାଇବାକୁ ଆର୍ଥିକ ସମ୍ବଳ ନାହିଁ ।

ଡୋଳେନ୍ଦ୍ର ଯୁକ୍ତ ଦୁଇ ବାଣିଜ୍ୟରେ ନବରଙ୍ଗପୁର ଜିଲ୍ଲାର ଟପ୍ପର ହେବା ଖବର ପରିବାର ଲୋକଙ୍କୁ ଖୁସି ଆଣି ଦେଇଛି ସତ । ହେଲେ ଏବେ ପୁଅର ଉଚ୍ଚ ଶିକ୍ଷା ପାଇଁ ଅର୍ଥ ଯୋଗାଡ କରିବା କଥା ଭାବି ଚିନ୍ତାରେ ପଡିଛନ୍ତି । ଜଣେ ମେଧାବୀ ଛାତ୍ରର ପାଠପଢାରେ ଅର୍ଥ ବାଧକ ନସାଜୁ, ସରକାର ଏହି ଗରିବ ଛାତ୍ରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe