କନକ ବ୍ୟୁରୋ : ପୁଣି ତେଜିଲା ଜିଲ୍ଲା ମାନ୍ୟତା ଦାବି । ଜିଲ୍ଲା ମାନ୍ୟତା ଦାବିରେ ୧୨ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି । ଜିଲ୍ଲା ସଂଘର୍ଷ ସମିତି ପକ୍ଷରୁ ଏହି ବନ୍ଦ ପାଳନ ହେଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ । ଦୋକାନ ବଜାର, ସ୍କୁଲ କଲେଜ, ବ୍ୟାଙ୍କ, ସରକାରୀ ଅଫିସ ବନ୍ଦ ରହିଛି । ବିଭିନ୍ନ ଛକମା‌ନଙ୍କରେ କମିଟିର ସଦସ୍ୟମାନେ ମେଳି ହୋଇଛନ୍ତି । ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।