ନିର୍ବାଚନକୁ ନେଇ ଜିଲ୍ଲାସ୍ତରରେ ପ୍ରସ୍ତୁତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏସପିଙ୍କ ଉପସ୍ଥିତିରେ ସାମ୍ବାଦିକ ସମ୍ମିଳନୀ । ଅବାଧ ଶାନ୍ତିପୂର୍ଣ୍ଣ ନିର୍ବାଚନ ନେଇ ଆଲୋଚନା

86

କନକ ବ୍ୟୁରୋ: ଆସନ୍ତା ସାଧାରଣ ନିର୍ବାଚନ ୨୦୨୪କୁ ନେଇ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଜିଲ୍ଲାରେ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ପାଇଁ ଜିଲ୍ଲାବାସୀଙ୍କୁ ଅପିଲ କରିଛନ୍ତି ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ । ଉଭୟ ଲୋକସଭା ଓ ବିଧାନସଭା ପାଇଁ ହେଉଥିବା ଏହି ନିର୍ବାଚନାରେ ମତଦାତାଙ୍କ ଭାଗିଦାରୀ କିଭଳି ଅଧିକ ରହିପାରିବ ସେନେଇ ଗଣମାଧ୍ୟମ ଜରିଆରେ ଲୋକଙ୍କୁ ନିବେଦନ କରିଛନ୍ତି । ସୁବର୍ଣ୍ଣପୁର, ଯାଜପୁର ଓ ବୌଦ୍ଧ ଜିଲ୍ଲାର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତି ରହିଥିଲେ ।

ସୁବର୍ଣ୍ଣପୁରରେ ୫୮୬ଟି ମତଦାନ କେନ୍ଦ୍ର କରାଯାଇଛି । ଯାଜପୁର ଜିଲ୍ଲାର ୧୫୦୦ରୁ ଅଧିକ ବୁଥରେ ଭୋଟ୍ ଗ୍ରହଣ କରାଯିବ । ୧୨ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହେବେ । ସେହିଭଳି ବୌଦ୍ଧ ଜିଲ୍ଲାର କଣ୍ଟାମାଳ ଓ ବୌଦ୍ଧ ନିର୍ବାଚନ ମଣ୍ଡଳି ପାଇଁ ୪୧୧ଟି ମତଦାନ କେନ୍ଦ୍ର କରାଯାଇଛି । ସେଥିମଧ୍ୟରୁ ୬୮ଟି ମାଓ ଅଧୁଷିତ ଅଞ୍ଚଳରେ ରହିଛି । ସମ୍ବେଦନଶୀଳ ବୁଥ୍ ଉପରେ ସ୍ୱତନ୍ତ୍ର ନଜର ରଖାଯାଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ କରିବା ନେଇ ଆଲୋଚନା ହୋଇଛି । ଆଦର୍ଶ ଆଚରଣ ବିଧି ପାଳନ କରିବା ପାଇଁ କୁହାଯାଇଛି । ମତଦାନ ପାଇଁ ଜିଲ୍ଲା ପୋଲିସ ମଧ୍ୟ ସଜାଗ ଥିବା ଅରକ୍ଷୀ ଅଧୀକ୍ଷକମାନେ ସୁଚନା ଦେଇଛନ୍ତି ।