ଜିଲ୍ଲାପାଳ ହେବ ତ ଏମିତି । ଲୋକଙ୍କ ଦୁଃଖକୁ ସହି ନ ପାରି ନିଜ କାର୍ଯ୍ୟାଳୟରେ ଲାଗିଥିବା ଏସିକୁ ବାହାର କରିଦେଇ ମେଡିକାଲରେ ଲଗାଇଦେଲେ ଜିଲ୍ଲାପାଳ । ମଧ୍ୟପ୍ରଦେଶର ଉମରିଆ ଜିଲ୍ଲାର ଜିଲ୍ଲାପାଳ ସ୍ୱରୋଚିଷ ସୋମବଂଶୀଙ୍କର ଏଭଳି କାମ ପାଇଁ ବିଭିନ୍ନ ମହଲରୁ ପ୍ରଶଂସାରୁ ସୁଅ ଛୁଟୁଛି । ଆଦିବାସୀ ଇଲାକାର କୁପୋଷିତ ଶିଶୁଙ୍କ ପାଇଁ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ଏହି ସରକାରୀ ବାବୁ ଜଣକ ।  କୁପୋଷଣରେ ଶିକାର ହୋଇଥିବା ଶିଶୁଙ୍କ ସୁବିଧା ପାଇଁ ନିଜ  ନିଜ ଅଫିସ ଏବଂ ମିଟିଂ ହଲରେ ଲାଗିଥିବା ଏସି ବାହାର କରି ଏହାକୁ ଶିଶୁଙ୍କ ଚିକିତ୍ସା କେନ୍ଦ୍ର ତଥା  ପୋଷଣ ପୁନର୍ବାସ  କେନ୍ଦ୍ରରେ ଲଗାଇଦେଇଥିଲେ । ଆଉ କଲେକ୍ଟରଙ୍କର ଏଭଳି କାର୍ଯ୍ୟ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Advertisment

publive-image

ଜିଲ୍ଲାପାଳ ସ୍ୱରୋଚିଷ ସୋମବଂଶୀଙ୍କର ଏଭଳି କାର୍ଯ୍ୟ ଦ୍ୱାରା ତାଙ୍କର ସୁବ୍ୟକ୍ତିତ୍ୱ ଏବଂ ସମାଜ ପ୍ରତି ସମର୍ପଣ  ମନୋଭାବ ଥିବା ସ୍ପଷ୍ଟ ବାରି ହୋଇଯାଉଛି । ତେବେ ଜିଲ୍ଲାପାଳ ସ୍ୱରୋଚିଷ ସୋମବଂଶୀ ନିକଟରେ ଜିଲ୍ଲାର ସମସ୍ତ ପୋଷଣ କେନ୍ଦ୍ରଗୁଡିକର ନିରୀକ୍ଷଣ  ପାଇଁ ଯାଇଥିଲେ । ଯେଉଁଠି ତାଙ୍କୁ ଏନଆରସିର ସ୍ଥିତି ଦେଖିବା ପରେ ଏଠାରେ ଏସି ଲଗାଇବା ଏବଂ ସ୍ୱଚ୍ଛତା  ଉପରେ ବିଶେଷ ଧ୍ୟାନ ରଖିବାକୁ ନିଷ୍ପତି ନେଇଥିଲେ । ସେହିଭଳି ଏହିସବୁ କେନ୍ଦ୍ର ଗୁଡିକରେ ଏସି ଲଗାଇବାକୁ ମଧ୍ୟ ନିଷ୍ପତି ନେଇଥିଲେ । ଏପରିକି ଏସିର ଅର୍ଡର ମଧ୍ୟ ଦେଇଥିଲେ । ହେଲେ ଏହି ପ୍ରକ୍ରିୟାରେ ବିଳମ୍ବ ହେବା ଦେଖି ଶେଷରେ ନିଜ ଅଫିସର ଏସି ବାହାରକରି ଏଠାରେ ଲଗାଇଦେଇଥିଲେ ।

publive-image

ତେବେ ଯେଉଁ ସବୁ ଅପହଞ୍ଚ ଇଲାକାରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ପଡି ନଥିଲା ସେହି ସବୁ ଇଲାକାକୁ ଜିଲ୍ଲାପାଳ ଗସ୍ତ କରି ଲୋକଙ୍କ ସମସ୍ୟା ବୁଝି ଏବଂ ସମସ୍ୟାର ସମାଧାନ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଖୁସିର କଥା ଯେ ଜିଲ୍ଲାପାଳଙ୍କ ଏପରି ସାଧୁ ଉଦ୍ୟମକୁ ସାଧାରଣ ମହଲ ଠାରୁ ବୁଦ୍ଧିଜୀବୀ ମହଲରେ ବେଶ୍ ପ୍ରଶଂସା କରାଯାଉଛି ।