ଖାଲି ପଡ଼ିଲା ଜିଲ୍ଲା, ବ୍ଲକସ୍ତରୀୟ ଅଫିସ। ଗ୍ରେଡ୍ ପେ’ ଦାବିରେ ସାମୁହିକ ଛୁଟିରେ ଅମଲା, ସୃଷ୍ଟି ହେଲା ଅଚଳାବସ୍ଥା

ଖାଲି ପଡ଼ିଲା ଜିଲ୍ଲା, ବ୍ଲକସ୍ତରୀୟ ଅଫିସ। ଗ୍ରେଡ୍ ପେ’ ଦାବିରେ ସାମୁହିକ ଛୁଟିରେ ଅମଲା, ସୃଷ୍ଟି ହେଲା ଅଚଳାବସ୍ଥା

କନକ ବ୍ୟୁରୋ: ତହସିଲ ଅଫିସ ହେଉ କି ଜମି ରେଜେଷ୍ଟ୍ରୀ ଅଫିସ ସବୁ କିଛି ଖାଁ ଖାଁ । ଅଫିସରେ ଅମଲା ନଥିବାରୁ ସୃଷ୍ଟି ହୋଇଛି ଅଚଳାବସ୍ଥା । ଯିଏ ଯେଉଁ କାମ ପାଇଁ ଆସୁଛନ୍ତି, ନିରାଶ ହୋଇ ଫେରୁଛନ୍ତି । ଅତି ଜରୁରୀ କାର୍ଯ୍ୟ ଥିଲେ ବି ନାଚାର ହୋଇଯାଇଛନ୍ତି ସାଧାରଣ ଲୋକ ।

ଗ୍ରେଡ୍ ପେ’ ଓ ଦରମା ବୃଦ୍ଧି ନେଇ ରାଜ୍ୟବ୍ୟାପୀ ଜାରି ରହିଛି ଅମଲାଙ୍କ ଆନ୍ଦୋଳନ । କିରାଣିମାନେ ସାମୁହିକ ଛୁଟି ନେଇ ସରକାରୀ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି । ଦୁଇ ଦିନ ହେଲା ଏପରି ଚିତ୍ର ସାରା ରାଜ୍ୟରେ ଦେଖିବାକୁ ମିଳିଛି । ଅମଲା ସଂଘର ମହାଆନ୍ଦୋଳନ ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି । କିଲ୍ଲା ଓ ବ୍ଳକସ୍ତରର ସରକାରୀ କାର୍ଯ୍ୟାଳୟଗୁଡିକରେ ଏକପ୍ରକାର ଅଚଳାବସ୍ଥା ସୃଷ୍ଟି ହୋଇଛି । ଜରୁରୀ କାର୍ଯ୍ୟରେ ଯାଇଥିବା ଲୋକ ଅସୁବିଧାର ସମୁଖୀନ ହୋଇଛନ୍ତି । ଏପଟେ ଆନ୍ତଃମନ୍ତ୍ରିସ୍ତରୀୟ ବୈଠକରୁ କିଛି ସଫଳ ମିଳିନଥିବା ସୂଚନା ମିଳିଛି ।

ନଜର ପକାଇବା ଅମଲାମାନଙ୍କ ପ୍ରମୁଖ ଦାବି ଉପରେ –
ଅମଲାଙ୍କ ଦାବି
ସମାନ କାମକୁ ସମାନ ଦରମା
୨୦୧୭ରୁ ଜିଲ୍ଲାସ୍ତରୀୟ ଅମଲାଙ୍କ ପାଇଁ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହ କମ୍ପ୍ୟୁଟର ଜ୍ଞାନ ରହିଥିଲେ ମଧ୍ୟ ବେତନରେ ଅଭିବୃଦ୍ଧି ହୋଇନାହିଁ
ଷଷ୍ଠ ବେତନ କମିସନ୍ ଆଧାରରେ ଗ୍ରେଡ୍ ପେ’ ୧୯୦୦ ଟଙ୍କାରୁ ୪୨୦୦ ଟଙ୍କାକୁ ବୃଦ୍ଧି
ଯୋଗ୍ୟତା ଭିତ୍ତିରେ ପଦୋନ୍ନତି

ଏହି ଦାବି ନେଇ ଗତ ଏପ୍ରିଲ ମାସରେ ରାଜ୍ୟ ସରକାରଙ୍କୁ ଅବଗତ କରାଇଥିଲା ଅମଲା ସଂଘ । ପରେ ମେ’ ୨୨ରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପିନ୍ଧି ପ୍ରତିବାଦ କରିଥିଲେ । ହେଲେ କିଛି ସୁଫଳ ନମିଳିବାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯାଇଛନ୍ତି ଅମଲା । କିରାଣିମାନେ ସରକାରୀ କାର୍ଯ୍ୟାଳୟ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି । ତେଣୁ ସରକାରୀ କାର୍ଯ୍ୟାଳୟ ଗୁଡିକରେ କାମ ଠପ ହୋଇପଡିଛି । ଲୋକମାନେ ନାହିଁ ନଥିବା ସମସ୍ୟାର ସମୁଖୀନ ହେଉଛନ୍ତି । ଧୀରେ ଧୀରେ ପରିସ୍ଥିତି ଆହୁରି ଜଟିଳ ହେବାରେ ଲାଗିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe