ଚର୍ଚ୍ଚାରେ ବିଧାୟକଙ୍କ ଧାନ ବିକ୍ରି । ମଣ୍ଡିରେ ୫ଶହ କ୍ୱିଂଟାଲ ଧାନ ବିକିଲେ ତାରା ପ୍ରସାଦ ବାହିନୀପତି, ଧାନ ବିକାକୁ ନେଇ ସତ ଖୋଜୁଛି କୋରାପୁଟ ଜିଲ୍ଲା ପ୍ରଶାସନ ।

825

କନକ ବ୍ୟୁରୋ : ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଧାନ ବିକାକୁ ନେଇ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ମଣ୍ଡିରେ ୫୦୦ କୁଇଂଟାଲ ଧାନ ବିକିଛନ୍ତି ତାରା । ୫୦୦ କୁଇଂଟାଲ କିମ୍ବା ତା’ଠାରୁ ଅଧିକ ଧାନ ବିକିଥିବା ଚାଷୀଙ୍କ ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି । ସେପଟେ ତାରା କହିଛନ୍ତି, ସେ ଜଣେ ଚାଷୀ, ଚାଷ ତାଙ୍କର ଜୀବିକା ।

ମଣ୍ଡିରେ ୫୦୦ କୁଇଂଟାଲ ଧାନ ବିକିଛନ୍ତି ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ଏହାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ କୋରାପୁଟ ଜିଲ୍ଲାର ୧୩ ଜଣ ଚାଷୀ ଯେଉଁମାନେ ୫୦୦ କୁଇଂଟାଲ କିମ୍ବା ତା’ଠାରୁ ଅଧିକ ଧାନ ବିକିଛନ୍ତି, ଏ ନେଇ ତଦନ୍ତ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ସେମାନେ ପ୍ରକୃତ ଚାଷୀ କି ନୁହଁନ୍ତି, ସେମାନଙ୍କର କେତେ ଜମି ରହିଛି, ଏ ନେଇ ଯାଂଚ କରାଯାଉଛି ।

ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ କହିଛନ୍ତି, ତାରାପ୍ରସାଦ ବାହିନୀପତିଙ୍କୁ ୫୫୦ କୁଇଂଟାଲ ଧାନ ବିକିବା ପାଇର୍ ଟୋକନ ଦିଆଯାଇଥିଲା । ତେବେ ନିୟମ ଅନୁସାରେ ୫୦୦ କୁଇଂଟାଲ କିମ୍ବା ତା’ଠାରୁ ଅଧିକ ଧାନ ବିକିଥିବା ଚାଷୀଙ୍କ ସଂପର୍କରେ ତଦନ୍ତ କରାଯାଉଛି । ଏ ନେଇ ପ୍ରତିକ୍ରିୟା ରଖି ତାରା କହିଛନ୍ତି, ସେ ଜଣେ ବଡ଼ ଚାଷୀ, ଚାଷ ତାଙ୍କର ଜୀବିକା । ତାରାଙ୍କ ୫୦୦ କୁଇଂଟାଲ ଧାନ ବିକିବା ଓ ଏନେଇ ତଦନ୍ତ ହେବା କୋରାପୁଟ ଜିଲ୍ଲାରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ।