ଖବର ବାଜିଲା, ଜବରଦଖଲ ହଟିଲା । ପୁରୀ ବେଳାଭୂମିରୁ ବେଆଇନ ପ୍ଲଟିଂ ଉପରୁ ଜବରଦଖଲ ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

Advertisment
ଖବର ବାଜିଲା, ଜବରଦଖଲ ହଟିଲା । ପୁରୀ ବେଳାଭୂମିରୁ ବେଆଇନ ପ୍ଲଟିଂ ଉପରୁ ଜବରଦଖଲ ଉଚ୍ଛେଦ କଲା ଜିଲ୍ଲା ପ୍ରଶାସନ

କନକ ବ୍ୟୁରୋ : ଖବର ବାଜିଲା, ଜବରଦଖଲ ହଟିଲା । ପୁରୀ ବେଳାଭୂମିରୁ ବେଆଇନ ପ୍ଲଟିଂ ଉପରୁ ଜବରଦଖଲ ଉଚ୍ଛେଦ କରିଛି ଜିଲ୍ଲା ପ୍ରଶାସନ । କନକ ନ୍ୟୁଜରେ ବାରମ୍ବାର ଖବର ବାଜିବା ପରେ ଷ୍ଟର୍ଲିନ ନିକଟ ବେଳାଭୂମିରେ ବେଆଇନ ଭାବେ ନିର୍ମାଣ କରାଯାଇଥିବା କୋଠାର ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲା ଜିଲ୍ଲା ପ୍ରଶାସନ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପୁରୀ-କୋଣାର୍କ ଉନ୍ନୟନ କତ୍ତୃପକ୍ଷଙ୍କ ତରଫରୁ ଗୃହ ନିର୍ମାଣ ବନ୍ଦ ପାଇଁ ନୋଟିସ ଲାଗିଥିଲା ।

ବୁଧବାର ବେଳାଭୂମିକୁ ଜବରଦଖଲମୁକ୍ତ କରିଛି ଜିଲ୍ଲା ପ୍ରଶାସନ । ପୁରୀର ଷ୍ଟର୍ଲିନ ନିକଟ ବେଳାମାର୍ଗର ଏକର ଏକର ଜମିରେ ହଳଦିଆ ଖୁଣ୍ଟି ପୋତି ମାଡ଼ି ବସିଥିଲେ ମାଫିଆ । ଖୁଲମଖୁଲ୍ଲା ଭାବେ ପୁରୀ ବେଳାଭୂମିକୁ ବିକ୍ରି କରିବାକୁ ଚାଲିଥିଲା ମସୁଧା । ସିଆରଜେଡ ନିୟମକୁ କରାଯାଇଥିଲା ଉଲ୍ଲଂଘନ । ନିଷିଦ୍ଧାଞ୍ଚଳରେ କଂକ୍ରିଟ ନିର୍ମାଣ ଓ ଖନନ ଅପରାଧ ଥିଲେ ବି ଏହାକୁ ଭୃକ୍ଷେପ କରି ନଥିଲେ ଜମି ମାଫିଆ । କିନ୍ତୁ କନକ ନ୍ୟୁଜ୍‌ରେ ଖବର ବାଜିବା ପରେ ଷଡ଼ଯନ୍ତ୍ର ଫସର ଫାଟିଥିଲା । ଏବେ ଜବରଦଖଲ ମୁକ୍ତ ହୋଇଛି ପୁରୀ ବେଳାମାର୍ଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe