ନୂଆଁଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡ଼ିଶା : ଇଷ୍ଟଦେବୀଙ୍କ ନିକଟରେ ଲାଗି ହେଲା ନବାନ୍ନ

161

କନକ ବ୍ୟୁରୋ : ଆଜି ଗଣପର୍ବ ନୂଆଖାଇ । ନୂଆଁଖାଇ ଏକ କୃଷି ଭିତିକ ପର୍ବ । ମାଆ ମାଟିକୁ କୃତଜ୍ଞତା ଜଣାଇବାର ପର୍ବ । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ନିଜେ ସେବନ କରନ୍ତି ସମସ୍ତେ ।

ପରମ୍ପରା ଅନୁସାରେ ନୂଆଖାଇରେ ପ୍ରଥମେ ଇଷ୍ଟଦେବୀଙ୍କ ନିକଟରେ ନବାନ୍ନ ଲାଗି ହୋଇଛି । ମା’ଙ୍କ ନିକଟରେ ନବାନ୍ନ ଲାଗି ହେବା ପରେ ପରିବାର ସହ ମିଶି ନୂଆ ଖାଇଲେ ପଶ୍ଚିମ ଓଡ଼ିଶାବାସୀ । ଏଥିପାଇଁ ସମ୍ବଲପୁର ମା ସମଲେଶ୍ୱରୀଙ୍କ ପୀଠରେ ସ୍ୱତନ୍ତ୍ର ପ୍ରସ୍ତୁତି ହୋଇଥିଲା । ସମଲେଶ୍ୱରୀ ନୂଆଖାଇ ସାରିବା ପରେ ପଶ୍ଚିମ ଓଡ଼ିଶାବାସୀ ମନ୍ଦିର ଯାଇ ମାଁଙ୍କ ଦର୍ଶନ କରିବାର ପରମ୍ପରା ରହିଛି । ଏଥିସହ ନୂଆଖାଇ ଏକ ଭାଇଚାରାର ପର୍ବ ହୋଇଥିବାରୁ ପରସ୍ପର ପ୍ରତି ଥିବା ସମସ୍ତ କ୍ରୋଧ, ଅସୂୟା ଭାବକୁ ପଛରେ ପକାଇ ସମସ୍ତେ ପରସ୍ପରର ଶୁଭ ମନାସିବା ସହ ଶୁଭେଛା ଜଣାଇଥାନ୍ତି । ତେଣୁ ଏହି ପର୍ବ ଅନ୍ୟ ସବୁ ପର୍ବଠାରୁ ନିଆରା ହୋଇଥାଏ ।

ଦୁବାଇର ଅଥଳ ସମୂଦ୍ର ଗର୍ଭରୁ ନୂଆଁଖାଇ ଜୁହାର । ଆରବ ମହାସାଗରର ୪୦ ଫୁଟ ପାଣି ଭିତରୁ ଓଡ଼ିଶା ପ୍ରସିଦ୍ଧ ନୂଆଁଖାଇ ପର୍ବର ଶୁଭ୍ଚେ୍ଛା ଜଣାଇଛନ୍ତି ସେଠାରେ ବସବାସ କରୁଥିବା ବାପା ଝଅ । ୧୧ ବର୍ଷୀୟ ଝିଅ ତିସ୍ୟା ପାଣିଗ୍ରାହୀ ଏବଂ ତାଙ୍କ ବାପା ପ୍ରିୟଦର୍ଶୀ ପାଣିଗ୍ରାହୀ ଦୁବାଇର ଫୁଜାଇରାସ୍ଥିତ ଡ୍ରାଇଭ ସେଟରେ ଏଭଳି ଅଭିନବ ଉପାୟରେ ନୁଆଁଖାଇର ସୁଭେଚ୍ଛା ଜଣାଇଛନ୍ତି । ପାଣି ଭିତରେ ‘ନୂଆଁଖାଇ ଜୁହାର’ ଏବଂ ‘ଶୁଭ ନୂଆଁଖାଇ’ ଲେଖାଥିବା ଦୁଇଟି ପ୍ଲାକାର୍ଡ ଧରି ଶୁଭେଚ୍ଛା ଜଣାଇଛନ୍ତି ଓଡ଼ିଆ ବାପା ଝିଅ । ନୂଆଁଖାଇର ଏଭଳି ଶୁଭେଚ୍ଛା ଜଣାଇବା ପ୍ରଥମ ଘଟଣା ବୋଲି କୁହାଯାଉଛି । ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଗଣପର୍ବ ନୂଆଁଖାଇକୁ ଲୋକପ୍ରିୟ କରିବା ପାଇଁ ସେ ଏଭଳି ଉଦ୍ୟମ କରିଥିବା କହିଛନ୍ତି ସମ୍ବଲପୁରରେ ଜନ୍ମିତ ତିସ୍ୟା । ଏହା ଆମ ସଂସ୍କୃତି, ପରମ୍ପରାର ପ୍ରଚାରପ୍ରସାର ଦିଗରେ ସହାୟକ ହେବ ବୋଲି ପ୍ରିୟଦର୍ଶୀ କହିଛନ୍ତି ।