କନକ ବ୍ୟୁରୋ: ନବୀନଙ୍କ ଟିମର ନବକଳେବର ହୋଇଛି । ଲୋକସେବା ଭବନରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ସମସ୍ତ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଯାଇଛି । ଏହାପରେ ରାଜ୍ୟ ସରକାରଙ୍କ ନବନିଯୁକ୍ତି ମନ୍ତ୍ରୀମାନଙ୍କୁ କ୍ୟାବିନେଟ୍ ଓ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ବଣ୍ଟନ କରିଛନ୍ତି । ପଢ଼ନ୍ତୁ କାହାକୁ ମିଳିଲା କେଉଁ ବିଭାଗ?
କାହାକୁ କେଉଁ ବିଭାଗ ଦାୟିତ୍ୱ?
କ୍ୟାବିନେଟ ମନ୍ତ୍ରୀ : କାହାକୁ ମିଳିଲା କେଉଁ ବିଭାଗ
ଜଗନ୍ନାଥ ସାରକା : ଆଇନ, ଅନୁସୂଚିତ ଜାତି ଜନଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ବିକାଶ
ନିରଞ୍ଜନ ପୂଜାରୀ : ଅର୍ଥ, ସଂସଦୀୟ ବ୍ୟାପାର
ରଣେନ୍ଦ୍ର ପ୍ରତାପ ସ୍ୱାଇଁ : କୃଷି, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ #KanakNews #MaskUpOdisha @Naveen_Odisha pic.twitter.com/EFEOSA4uwP— Kanak News (@kanak_news) June 5, 2022
ନବୀନଙ୍କ ନୂଆ ଟିମରେ ୧୩ କ୍ୟାବିନେଟ୍ ଓ ୮ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି । ମନ୍ତ୍ରିମଣ୍ଡଳରେ ରୋହିତ ପୂଜାରୀ, ପ୍ରୀତି ଘଡ଼େଇ, ଶ୍ରୀକାନ୍ତ ସାହୁଙ୍କ ଭଳି ନୂଆ ଚେହେରାଙ୍କୁ ସ୍ଥାନ ମିଳିଛି । କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପ୍ରମିଳା ମଲ୍ଲିିକ, ଉଷା ଦେବୀ, ପ୍ରଫୁଲ୍ଲ ମଲ୍ଲିକ, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ପ୍ରଦୀପ ଅମାତ, ନବ ଦାସ, ଅଶୋକ ପଣ୍ଡା, ଟୁକୁନି ସାହୁ, ରାଜେନ୍ଦ୍ର ଢୋଲକିଆ ଓ ଜଗନ୍ନାଥ ସାରକା । ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ରାଜେନ୍ଦ୍ର ଢୋଲକିଆ, ରୋହିତ ପୂଜାରୀ, ଶ୍ରୀକାନ୍ତ ସାହୁ, ଅଶ୍ୱିନୀ ପାତ୍ର, ପ୍ରୀତିରଞ୍ଜନ ଘଡାଇ, ରୀତା ସାହୁ ଓ ବାସନ୍ତୀ ହେମ୍ବ୍ରମ୍ ନୂଆ ମୁହଁ । ନବ ଦାସ, ସମୀର ଦାସ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅଶୋକ ପଣ୍ଡା, ଟୁକୁନି ସାହୁ, ପ୍ରଫୁଲ୍ଲ ମଲ୍ଲିକ ଓ ନିରଂଜନ ପୁଜାରୀଙ୍କୁ ରିପିଟ୍ କରାଯାଇଛି ।