କର୍ଣ୍ଣାଟକରେ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ। ସିଦ୍ଦରମୈୟାଙ୍କ ପାଖରେ ଅର୍ଥ, ଜି ପରମେଶ୍ୱରଙ୍କ ପାଖରେ ଗୃହ ବିଭାଗ 

Advertisment
କର୍ଣ୍ଣାଟକରେ ନୂଆ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ। ସିଦ୍ଦରମୈୟାଙ୍କ ପାଖରେ ଅର୍ଥ, ଜି ପରମେଶ୍ୱରଙ୍କ ପାଖରେ ଗୃହ ବିଭାଗ 

କନକ ବ୍ୟୁରୋ: କର୍ଣ୍ଣାଟକରେ ନୂଆ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି । ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଭାଗ ବଣ୍ଟନ କରିଛନ୍ତି । ସିଏମ୍ ସିଦ୍ଦରମୈୟା ଅର୍ଥ ସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ପାଖରେ ଜଳସେଚନ ଏବଂ ବେଙ୍ଗାଲୁରୁ ସହର ବିକାଶ ବିଭାଗ ରହିଛି । ସାମ୍ନାକୁ ଆସିଥିବା କ୍ୟାବିନେଟ ତାଲିକାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜପାଖରେ ଗୁଇନ୍ଦା, ସୂଚନା ବିଭାଗ ରଖିଛନ୍ତି ।

ଜି ପରମେଶ୍ୱରଙ୍କ ପାଖରେ ଗୃହ ବିଭାଗ, ଏସଏଚକେ ପାଟିଲଙ୍କୁ ଆଇନ ଶୃଙ୍ଖଳା, ସଂସଦୀୟ ବ୍ୟାପାର ବିଭାଗ ମିଳିଥିବା ବେଳେ କେ ମୁନିଆପ୍ପାଙ୍କୁ ଖାଦ୍ୟ ଏବଂ ଯୋଗାଣ ବିଭାଗ ମିଳିଛି । ପ୍ରିୟାଙ୍କ ଖଡଗେଙ୍କୁ ଗ୍ରାମ୍ୟଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ମିଳିଛି ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe