କନକ ବ୍ୟୁରୋ: କର୍ଣ୍ଣାଟକରେ ନୂଆ ସରକାରର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇଛି । ନୂଆ ମନ୍ତ୍ରୀମାନଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ବିଭାଗ ବଣ୍ଟନ କରିଛନ୍ତି । ସିଏମ୍ ସିଦ୍ଦରମୈୟା ଅର୍ଥ ସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ବିଭାଗ ରଖିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ଶିବକୁମାରଙ୍କ ପାଖରେ ଜଳସେଚନ ଏବଂ ବେଙ୍ଗାଲୁରୁ ସହର ବିକାଶ ବିଭାଗ ରହିଛି । ସାମ୍ନାକୁ ଆସିଥିବା କ୍ୟାବିନେଟ ତାଲିକାରେ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ନିଜପାଖରେ ଗୁଇନ୍ଦା, ସୂଚନା ବିଭାଗ ରଖିଛନ୍ତି ।

Advertisment

ଜି ପରମେଶ୍ୱରଙ୍କ ପାଖରେ ଗୃହ ବିଭାଗ, ଏସଏଚକେ ପାଟିଲଙ୍କୁ ଆଇନ ଶୃଙ୍ଖଳା, ସଂସଦୀୟ ବ୍ୟାପାର ବିଭାଗ ମିଳିଥିବା ବେଳେ କେ ମୁନିଆପ୍ପାଙ୍କୁ ଖାଦ୍ୟ ଏବଂ ଯୋଗାଣ ବିଭାଗ ମିଳିଛି । ପ୍ରିୟାଙ୍କ ଖଡଗେଙ୍କୁ ଗ୍ରାମ୍ୟଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗ ମିଳିଛି ।

publive-image