ନିର୍ବାଚନ ବେଳେ ଭୋଟ୍ ପାଇଁ ଟଙ୍କା । ଗଜପତି ରାୟଗଡ଼ ବ୍ଳକରେ ଟଙ୍କା ବାଣ୍ଟିବାକୁ ଯାଇଥିବା ଦୁଇ ଜଣଙ୍କୁ କାବୁ କଲେ ଲୋକେ

Advertisment
ନିର୍ବାଚନ ବେଳେ ଭୋଟ୍ ପାଇଁ ଟଙ୍କା । ଗଜପତି ରାୟଗଡ଼ ବ୍ଳକରେ ଟଙ୍କା ବାଣ୍ଟିବାକୁ ଯାଇଥିବା ଦୁଇ ଜଣଙ୍କୁ କାବୁ କଲେ ଲୋକେ

କନକ ବ୍ୟୁରୋ : ଗଜପତି ଜିଲ୍ଲା ରାୟଗଡ ବ୍ଲକ ଜଲାଙ୍ଗ ଗ୍ରାମପଞ୍ଚାୟତରେ ଟଙ୍କା ବାଣ୍ଟିବାକୁ ଯାଇ ଯୁବକ ହଟହଟା ହୋଇଛନ୍ତି । ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର କିଛି ଲୋକ ଟଙ୍କା ଧରି ଗାଁରେ ଅନ୍ଧାରୀବିଜେ କରୁଥିବାବେଳେ ଗାଁ ଲୋକେ ସେମାନଙ୍କୁ ଧରିଥିଲେ । ରାତିସାରା ୨ ଜଣଙ୍କୁ ଅଟକ ରଖିଥିଲେ । ରାୟଗଡ ତହସିଲଦାର ଓ ପୁଲିସ ଘଟଣାସ୍ଥଳକୁ ଯାଇ ସେମାନଙ୍କୁ ଉଦ୍ଧାର କରିଛି ।
ରାଜ୍ୟରେ ନିର୍ବାଚନୀ ମାହୋଲ ଜୋର ଧରିଥିବା ବେଳେ ବିଭିନ୍ନ ସ୍ଥାନରୁ ଆସୁଛି ହିଂସାର ଚିତ୍ର । କେଉଁଠି ଗଣ୍ଡୋଗୋଳର ଚିତ୍ର ସାମ୍ନାକୁ ଆସୁଛି ତ ଆଉ କେଉଁଠି ବୁଥ ରିଗିଂର ଚିତ୍ର ଆସୁଛି । ଏହାରି ଭିତରେ ଗଜପତି ଜିଲ୍ଲା ରାୟଗଡାରେ ରାତିରେ ଟଙ୍କା ବାଣ୍ଡିବା ଘଟଣା ନିର୍ବାଚନୀ ପାଣିପାଗକୁ ଆହୁରି ଗୋଳମାଳିଆ କରିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe