ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ । ନୂଆ ସରକାର ଶପଥ ନେବା ପୂର୍ବରୁ ମନ୍ଦିର ପ୍ରଶାସନର ନିଷ୍ପତିକୁ ନେଇ ଅସନ୍ତୋଷ

603

କନକ ବ୍ୟୁରୋ: ନୂଆ ସରକାର ଶପଥ ନେବା ପୂର୍ବରୁ ଶ୍ରୀମନ୍ଦିରରେ ବନ୍ଦ ହେଲା ଅର୍ପଣ ଚାଉଳରୁ ପ୍ରସ୍ତୁତ ମହାପ୍ରସାଦ ବଣ୍ଟନ ବନ୍ଦ । ଯାହାକୁ ନେଇ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉପଲକ୍ଷେ ସାରା ରାଜ୍ୟ ବୁଲିଥିବା ଅର୍ପଣ ରଥ ଜରିଆରେ ପ୍ରାୟ ୧୩ହଜାର କ୍ୱିଣ୍ଟାଲ ଚାଉଳ ସଂଗ୍ରହ କରାଯାଇଥିଲା । ଯାହା ଶ୍ରୀଗୁଣ୍ଡିଚା ମନ୍ଦିର ପରିସରରେ ଗଚ୍ଛିତ ରଖାଯାଇଥିଲା । ଏଥିରୁ ପ୍ରାୟ ୧୦ହଜାର ୭୪୨ କ୍ୱିଣ୍ଟାଲ ଚାଉଳରୁ କାନିକା, ଖେଚେଡ଼ି ଆଦି ପ୍ରସ୍ତୁତ ହୋଇ ଭକ୍ତଙ୍କୁ ବଣ୍ଟା ସରିଛି । ବାକି ଚାଉଳକୁ କାନିକା, ଖେଚେଡ଼ି ଆଦି ବି ପ୍ରସ୍ତୁତ ହେବ । କିନ୍ତୁ କାଲିଠୁ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ବନ୍ଦ କରି ଦେଇଛି । ଅପରପକ୍ଷେ ଏହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେଇଛି । ପ୍ରତିଦିନ ଅଭାବୀ ଲୋକ ମହାପ୍ରସାଦ ପାଇ ସୌଭାଗ୍ୟ ପାଉଥିଲେ । ହେଲେ ପ୍ରଶାସନର ଏପରି ନିଷ୍ପତିକୁ ନେଇ ଏବେ ପ୍ରଶ୍ନ ଉଠିଛି ।