କନକ ବ୍ୟୁରୋ : କୋଟିଆବାସୀଙ୍କୁ ହାତେଇବାକୁ ଆନ୍ଧ୍ରର ଆଉ ଏକ ନୂଆ ଚାଲ । ଗରିବ ଲୋକଙ୍କ ଟାର୍ଗେଟ କରି ସୁଲଭ ମୂଲ୍ୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଉଛି ଆନ୍ଧ୍ର । ଗିରଜନ ସମବାୟ ସମିତି ଜରିଆରେ ଲୋକଙ୍କୁ ମଟର, ସାବୁନ୍, ସାମ୍ପୋ, ପାମ୍ ଅଏଲ, ଦିଆସିଲି ଓ ହଳଦୀ ଗୁଣ୍ଡ ବଣ୍ଟନ କରୁଛି । ଆନ୍ଧ୍ରର ନାରେଡ଼ିବାଲସାରେ ଖୋଲିଛି ନୂଆ ଆଉଟଲେଟ୍ । ଆନ୍ଧ୍ର ପ୍ରଦେଶ ଷ୍ଟେଟ୍ ସିଭିଲ ସର୍ଭିସ କର୍ପୋରେସନ୍ ଦ୍ୱାରା ସରକାରୀ ଖଉଚୁରା ଦୋକାନରେ ସୁଲଭ ମୂଲ୍ୟରେ ଫର୍ଟିଫାଏଡ଼ ଚାଉଳ ବିତରଣ କରାଯାଉଛି ।
ଏହି ଚାଉଳରେ ଆଇରନ୍, ଫଲିକ ଏସିଡ ସହ ଭିଟାମିନ୍ ବି-୧୨ ଭଳି ଉପାଦାନ ରହିଛି । କୋଟିଆ ଗ୍ରାମପୁଞ୍ଜର ୧୩ଟି ଗାଁରେ ରହିଥିବା ଆନ୍ଧ୍ରର ହିତାଧିକାରୀ ମାନେ ଏହାର ଫାଇଦା ହାସଲ କରୁଛନ୍ତି । ଅନ୍ୟପଟେ ଆନ୍ଧ୍ରର ଆଉଟଲେଟ୍ ଅତି ନିକଟରେ ରହିଛି ଓଡ଼ିଶା ସରକାରଙ୍କ ସୁଲଭ ମୁଲ୍ୟ ବିକ୍ରୟ କେନ୍ଦ୍ର । କିନ୍ତୁ ଏହି କେନ୍ଦ୍ରରେ ୪ ମାସ ତଳେ ଚାଉଳ ଓ ମାଣ୍ଡିଆ ଦିଆଯାଇଥିବା ଜଣାପଡ଼ିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/35-8.jpg)