ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ହଙ୍ଗାମା ଘଟଣା : ମୋଦିଙ୍କ କଡା ନିନ୍ଦା; ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଂସାର ସ୍ଥାନ ନାହିଁ

229

କନକ ବ୍ୟୁରୋ : ଆମେରିକାରେ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟକୁ ମାନିବାକୁ ରାଜି ନୁହନ୍ତି ଟ୍ରମ୍ପ ସମର୍ଥକ । ଆମେରିକା କଂଗ୍ରେସରେ ଇଲେକଟରାଲ କଲେଜ ପାଇଁ ବୈଠକ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ୱାଂଶିଟନର କ୍ୟାପିଟାଲ ବିଲ୍ଡିଂରେ ହଙ୍ଗାମା କରିଛନ୍ତି । ହଙ୍ଗାମା ଓ ହିଂସା ଯୋଗୁଁ ଯୋଗୁଁ ୱାଂଶିଟନ ଡିସିରେ ସ୍ଥିତି ବିଗିଡି ଯାଇଛି । ସେଠାରେ କର୍ଫ୍ୟୁ ଜାରି କରାଯାଇଛି । ହଙ୍ଗାମା ସମୟରେ ଟ୍ରମ୍ପ ସମର୍ଥକ ଓ ପୁଲିସ ମୁହଁମୁହିଁ ହୋଇଛନ୍ତି ।

ଆମେରିକା କଂଗ୍ରେସରେ ଇଲେକଟରାଲ କଲେଜ ପାଇଁ ବୈଠକ ଆଗରୁ ଡୋନାଲ୍ଡ ଟ୍ରମ୍ପଙ୍କ ସମର୍ଥକ ୱାଂଶିଟନର କ୍ୟାପିଟାଲ ବିଲ୍ଡିଂରେ ହଙ୍ଗାମା ଘଟଣାରେ ଟୁଇଟ୍ କରି କଡା ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ଏହି ଖବର ଦେଖି ବେଶ୍ ଦୁଃଖ ଅନୁଭବ ହେଉଛି । କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଶାନ୍ତିପୂର୍ଣ୍ଣ ଏବଂ ନିୟମ ଅନୁସାରେ ହେବା ଆବଶ୍ୟକ । ବେଆଇନ୍ ଭାବେ କ୍ଷମତା ଦଖଲ ପାଇଁ ଏପରି ହିଂସାକାଣ୍ଡକୁ ପ୍ରଶୟ ଦିଆଯାଇ ପାରିବ ନାହିଁ । ଗଣତାନ୍ତ୍ରିକ ପ୍ରକ୍ରିୟାରେ ହିଂସାର ସ୍ଥାନ ନାହିଁ ବୋଲି ଟୁଇଟ୍ କରି କଠୋର ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।