ମଣ୍ଡିରେ ପଡିଛି ଲକ୍ଷ ଲକ୍ଷ ଟଙ୍କାର ଧାନ । ଧାନ ଉଠାଉନାହାନ୍ତି କର୍ତ୍ତୃପକ୍ଷ । ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ଧାନ ବିକ୍ରି ହୋଇପାରୁନଥିବାରୁ ତେଜିଲା ଅସନ୍ତୋଷ ।

68

କନକ ବ୍ୟୁରୋ : ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ରାଜରାସ୍ତାରେ ଚାଷୀ । ରାସ୍ତାରେ ଧାନ ବସ୍ତା ଓ ହାତରେ ବିଷ ବୋତଲ ଧରି ପ୍ରତିବାଦ କରୁଛନ୍ତି ପଦ୍ମପୁର ଚାଷୀ । ପଦ୍ମପୁର ଉପଖଣ୍ଡ ୭୦ଗୋଟି ମଣ୍ଡିରେ ପ୍ରାୟ ୭ଲକ୍ଷ ଧାନ ପଡ଼ି ରହିଛି । ଚାଷୀ ଧାନ ବିକିବା ପାଇଁ ଆଣିଥିଲେ ମଧ୍ୟ ବିକ୍ରି ହୋଇପାରୁ ନାହିଁ । ଏହାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।

ବରଗଡ ଜିଲ୍ଲା ପଦ୍ମପୁର ମଣ୍ଡିରେ ଅବ୍ୟବସ୍ଥାକୁ ନେଇ ରାସ୍ତା ଉପରେ ଚାଷୀଙ୍କ ପ୍ରତିବାଦ । ପଦ୍ମପୁର ବରଗଡ଼ ରାଜରାସ୍ତାର ପଦ୍ମପୁର ଆମ୍ବେଦକର ଛକ ଠାରେ ଧାନ ବସ୍ତା ପକାଇ ଅବରୋଧ କରିଛନ୍ତି ଚାଷୀ । ରାସ୍ତାରୋକ ଯୋଗୁଁ ରାସ୍ତାର ଦୁଇପଟେ ଯାନ ବାହନ ଅଟକି ରହିଛି । ଧାରଣାରତ ଚାଷୀ ପଚାରୁଛନ୍ତି ଧାନ ବିକ୍ରି କରିବେ କାହାକୁ ।

ପଦ୍ମପୁର ଉପଖଣ୍ଡର ୭୦ଟି ମଣ୍ଡିରେ ପ୍ରାୟ ୭ ଲକ୍ଷ ଟଙ୍କାର ଧାନ ପଡି ରହିଛି । ପ୍ରଶାସନିକ ଅଧିକାରୀ ଟ୍ୟାଗ ନାହିଁ କହି ଧାନ କିଣୁ ନାହାନ୍ତି । ବର୍ଷକର ପରିଶ୍ରମ ମଣ୍ଡିରେ ପଡି ରହିଥିବା ଦେଖି ଚାଷୀ କଣ କରିବ କିଛି ବୁଝି ପାରୁ ନାହିଁ । ଟ୍ୟାଗ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ଟ୍ୟାଗ ମିଳୁନଥିବା ଅଭିଯୋଗ ହୋଇଛି ।