ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ ଭିତରେ ଦୁର୍ବଳ ହୋଇଛି ଦଳ

143

କନକ ବ୍ୟୁରୋ: ଜମ୍ମୁରେ ଏକାଠି ହେଲେ କଂଗ୍ରେସର ଅସନ୍ତୁଷ୍ଟ ଗୋଷ୍ଠୀ । ଦଳୀୟ ନେତୃତ୍ୱକୁ ନେଇ ଉଠାଇଲେ ପ୍ରଶ୍ନ । କହିଲେ, ଏକ ଦଶକ ଭିତରେ ଦୁର୍ବଳ ହୋଇଛି ଦଳ । ସର୍ବପୁରାତନ ଦଳକୁ ଦୁର୍ବଳ ହେଉଥିବାର ଦେଖିବାକୁ ଚାହୁଁନାହୁଁ । ଦେଶର ସର୍ବପୁରାତନ ଦଳ କଂଗ୍ରେସର ଭିତରି କନ୍ଦଳ ପୁଣି ପଦାରେ ପଡିଛି । ଦିଲ୍ଲୀ ହାଇକମାଣ୍ଡଙ୍କୁ ବାର୍ତା ଦେବାକୁ ଯାଇ ଅସନ୍ତୁଷ୍ଟ ୨୩ କଂଗ୍ରେସ ନେତା ଜମ୍ମୁରେ ଏକାଠି ହୋଇଛନ୍ତି ।

ଏକାକୀ ବୈଠକ କରି ଦଳକୁ ସୁଧାରିବାକୁ ଏମାନେ ଆହ୍ୱାନ ଦେଇଛନ୍ତି । ଜମ୍ମୁରେ ଆୟୋଜିତ ହୋଇଥିବା ଶାନ୍ତି ସମ୍ମିଳନୀରେ ୨୩ଜଣ ନେତା ବୈଠକ ସମୟରେ ଗେରୁଆ ରଙ୍ଗର ପଗଡି ପିନ୍ଧିଥିବା ଦେଖିବାକୁ ମିଳିଛି । ଅଗଷ୍ଟ ୨୩ରେ ଏହି ୨୩ ନେତା ଦଳରେ ବଡ ପରିବର୍ତନ ପାଇଁ ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ । ଶାନ୍ତି ସମ୍ମିଳନୀରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି ଯେ ଜମ୍ମୁକଶ୍ମୀର ହେଉ କିମ୍ବା ଲଦାଖ ସମସ୍ତ ଧର୍ମ, ଲୋକ ଓ ଏବଂ ଜାତି ପ୍ରତି ସମ୍ମାନ ରହିଛି ।

ଏହା ଆମର ଶକ୍ତି ଓ ଏହାକୁ ଆମେ ଅସ୍ତ୍ର କରି ଆଗକୁ ବଢିବୁ । ବୈଠକରେ ଆନନ୍ଦ ଶର୍ମା, ମନିଷ ତିୱାରୀ, ଭୁପିନ୍ଦର ସିଂ ହୁଡ୍ଡା, କପିଲ ସିବଲ, ରାଜ ବବର ଓ ଦଳର ଅନ୍ୟ ବରିଷ୍ଠ ନେତା ସାମିଲ ହୋଇଥିଲେ । କପିଲ ସିବଲ କହିଛନ୍ତି କ୍ରମଶ ଦୁର୍ବଳ ହେଉଛି କଂଗ୍ରେସ ଦଳ । ଦଳକୁ ମଜୁବତ କରିବା ପାଇଁ ଏକାଠି ହୋଇଥିବା କହିଛନ୍ତି ଏହି ବରିଷ୍ଠ ନେତା ।