କନକ ବ୍ୟୁରୋ : ନବରଙ୍ଗପୁର କୋଷାମଗୁମୁଡ଼ା ବ୍ଲକ ବାମୁନି ଗାଁରେ ନିର୍ମାଣଧୀନ ମକା ପ୍ରୋସେସିଙ୍ଗ କାରଖାନାରେ ନଳକୂପ ଖନନକୁ ନେଇ ପୋଲିସ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ଉତେଜନା । ଗ୍ରାମବାସୀ ଏବଂ ପୋଲିସ କର୍ମିଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ଦ୍ୱାରା ଏଥିରେ କିଛି ପୋଲିସ କର୍ମଚାରୀ ଏବଂ ଗ୍ରାମବାସୀ ଆହତ ହୋଇଛନ୍ତି । ସୁଚନା ଅନୁସାରେ ବାମୁନି ଗାଁରେ ଦେଢ ଶହ ଏକର ଜମି ଉପରେ ମକା ପ୍ରକ୍ରିୟାକରଣ ୟୁନିଟ ସ୍ଥାପନ ହେଉଛି ।
ସ୍ଥାନୀୟ ଅଂଚଳର ଗୋଟିଏ ଗୋଷ୍ଠି ଏହାକୁ ବିରୋଧ କରୁଥିବା ବେଳେ ଅନ୍ୟ ଏକ ଗୋଷ୍ଠି ଏହା ସପକ୍ଷରେ ଅଛନ୍ତି । ପ୍ଲାଂଟରେ ଆଜି ନଳକୂପ ଖୋଳିବାକୁ ନେଇ ୨ଶହରୁ ୩ଶହ ବିପକ୍ଷବାଦୀ ବିରୋଧ କରିଥିଲେ । ପରିସ୍ଥିତି ଉତେଜନା ପୁର୍ଣ୍ଣ ହେବାରୁ ଘଟଣା ସ୍ଥଳରେ ପୋଲିସ ପହଂଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ବେଳେ ଦୁଇ ଗୋଷ୍ଠି ମଧ୍ୟରେ ଧସ୍ତାଧସ୍ତି ହୋଇ ପୋଲିସକୁ ପାଲଟା ଆକ୍ରମଣର ଶିକାର ହେବାକୁ ପଡିଛି ।