ଟିକେଟ୍ ବଣ୍ଟନକୁ ନେଇ ଅସନ୍ତୋଷ । କଂଗ୍ରେସ ଭବନରେ ଯୁବ କର୍ମୀଙ୍କ ବିକ୍ଷୋଭ ସହ ପକାଇଲେ ତାଲା ।

203

କନକ ବ୍ୟୁରୋ: ଟିକେଟ ଘୋଷଣା ପରେ ତାତିଲେ ଯୁବ କଂଗ୍ରେସ କର୍ମୀ । କୌଣସି ଯୁବ ନେତାଙ୍କୁ ଟିକେଟ ମିଳି ନଥିବାରୁ କଂଗ୍ରେସ ଭବନରେ ତାଲା ପକାଇ ବିକ୍ଷୋଭ କରିଛନ୍ତି ଯୁବ ଆଶାୟୀ । ପୂର୍ବରୁ ଏନେଇ ପିସିସି ସଭାପତିଙ୍କୁ ଏକ ତାଲିକା ପ୍ରଦାନ କରିଥିଲେ କଂଗ୍ରେସର ଯୁବ ସଭାପତି । କିନ୍ତୁ ଏହା ଉପରେ କୌଣସି ବିଚାର କରାଯାଇ ନଥିବାରୁ ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଦେଖାଦେଇଛି ଆକ୍ରୋଶ । ଖୋର୍ଦ୍ଧା, ଭୁବନେଶ୍ୱର ଓ ଉତର ଭୁବନେଶ୍ୱର ପାଇଁ ଆଶା ଥିଲେ ବି ଯୁବ ନେତାଙ୍କୁ ଅଣଦେଖା କରାଯାଇଥିବା ଅଭିଯୋଗ ହୋଇଛି । ବିଜେଡି ଓ ବିଜେପି ସହ ସାଲିସ କରି କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଥିବା କହିଛନ୍ତି ଯୁବ କଂଗ୍ରେସ କର୍ମୀ ।