ସଂରକ୍ଷଣ ଚିଠା ତାଲିକାକୁ ନେଇ ଅସନ୍ତୋଷ: ବିରୋଧୀ କହିଲେ, ସରକାର ଜାଣିଶୁଣି ନିଜକୁ ସୁହାଇଲା ଭଳି କରୁଛନ୍ତି ସଂରକ୍ଷଣ 

70

କନକ ବ୍ୟୁରୋ: ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ସଂରକ୍ଷଣ ଚିଠା ତାଲିକାକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ ବିଜେପି ଓ କଂଗ୍ରେସ । ସଂରକ୍ଷଣ ପ୍ରକ୍ରିୟାରେ ତ୍ରୁଟି ରହିଥିବା କହିଛି ବିଜେପି ।  ପଛୁଆ ବର୍ଗଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ଦେବାକୁ କହିଥିଲେ ବି ଚିଠା ତାଲିକାରେ ବହୁ କମ୍ ରହିଛି । ସେହିପରି କଂଗ୍ରେସ କହିଛି, ବିଜେଡି କିପରି ଜିତିବ ସେ ନେଇ ବ୍ୟବସ୍ଥା କରାଯାଇଛି । ପୂର୍ବରୁ ଆଲୋଚନା କରାଯାଇ ଜନସଂଖ୍ୟା ଆଧାରରେ କରାଯାଇଥିଲେ ସମସ୍ୟା ହୋଇନଥାନ୍ତା । ବିଜେଡି କହିଛି ସଂଶୋଧନ ପାଇଁ ବ୍ୟବସ୍ଥା ରହିଛି ।