କନକ ବ୍ୟୁରୋ: ଅଭିନେତା ମନୋଜ ମିଶ୍ରଙ୍କ ସମର୍ଥନରେ ପଶ୍ଚିମଓଡିଶାର ଜଣଙ୍କ ପରେ ଜଣେ ନେତା ବାହାରିବାରେ ଲାଗିଛନ୍ତି । ମନୋଜଙ୍କ ବାସନ୍ଦଙ୍କୁ ନିନ୍ଦା କରିବା ସହ ପ୍ରତ୍ୟାହାର ଦାବି କରୁଛନ୍ତି । ବାସନ୍ଦ ପ୍ରତ୍ୟାହାର ନକଲେ ଆଗାମି ଦିନରେ ଆନ୍ଦୋଳନ କରିବାକୁ ଚେତାବନୀ ଦେଉଛନ୍ତି । ପଶ୍ଚିମଓଡିଶାର ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଅଭିନେତାମାନଙ୍କ କୁଶପୁତଳିକା ଦାହ କରାଯାଉଛି । ..ତେବେ କଳାକାରଙ୍କ କଳି ଭିତରେ ରାଜନୀତି ପଶିବାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅନ୍ୟ କଳାକାର । ଏଥିରେ ରାଜନୀତି ନପୂରାଇବାକୁ ଅପିଲ କରିଛନ୍ତି ବରିଷ୍ଠ ଅଭିନେତା ଅଖିଳ ପଟ୍ଟନାୟକ । ସେହିପରି ପ୍ରଯୋଜକ ସଂଘକୁ ଏଭଳି ବିବାଦ ସୃଷ୍ଟି ନକରିବାକୁ ଅଖିଳ ଅପିଲ କରିଛନ୍ତି ।