ଭିତରକନିକା ଅଭୟାରଣ୍ୟର ପୁନଃ ସୀମା ନିର୍ଦ୍ଧାରଣକୁ ନେଇ ଅସନ୍ତୋଷ : ରାଜ୍ୟ ବନବିଭାଗର ବିଜ୍ଞପ୍ତିକୁ ନେଇ ଉଠିଲା ପ୍ରଶ୍ନ

Advertisment
ଭିତରକନିକା ଅଭୟାରଣ୍ୟର ପୁନଃ ସୀମା ନିର୍ଦ୍ଧାରଣକୁ ନେଇ ଅସନ୍ତୋଷ : ରାଜ୍ୟ ବନବିଭାଗର ବିଜ୍ଞପ୍ତିକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ : ଭିତରକନିକାକୁ ଅଭୟାରଣ୍ୟ କରାଯିବା ସମୟରେ ସୀମା ନିର୍ଦ୍ଧାରଣ କରାନଯାଇ କନିକା ଶାସିତ ଅଂଚଳକୁ ଅଭୟାରଣ୍ୟ ଘୋଷଣା କରାଯାଇଥିଲା । ଭୂଲ ସୀମା ଚିହ୍ନଟ ହେବା ଯୋଗୁଁ ରାଜନଗର ଅଧିବାସୀ ଭିତରକନିକାକୁ ନେଇ ଯେଉଁ ପରିମାଣରେ ଆନନ୍ଦିତ ଓ ଗର୍ବିିତ ହେବା କଥା ଆଜି ଯାଏଁ ହୋଇପାରି ନାହାଁନ୍ତି । ଏବେ ଦୀର୍ଘ ୪୫ ବର୍ଷ ପରେ ଅଭୟାରଣ୍ୟର ସୀମା ପୁନଃନିର୍ଦ୍ଧାରଣ କରାଯାଇଛି । ହେଲେ ଏହି ସୀମା ନିର୍ଦ୍ଧାରଣରେ ତ୍ରୁଟି ଥିବା ଅଭିଯୋଗ ଆଣିଛନ୍ତି ସ୍ଥାନୀୟ ଲୋକେ । ଏବଂ ଭିତରେ ଭିତରେ ଏକ ବଡ ଧରଣର ଜନ ଅସନ୍ତୋଷ ଦାନା ବାନ୍ଧୁଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe