ବିଜେଡିର ସାଙ୍ଗଠନିକ ନେତୃତ୍ୱ ଚୟନ ନେଇ ବଢୁଛି ଅସନ୍ତୋଷ : ଅଭିଯୋଗ ଆଣି ଦଳରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

855
କନକ ବ୍ୟୁରେ : ବିଜେଡିରୁ ବହିଷ୍କୃତ ହେଲେ ଦଳର ସାଧାରଣ ସଂପାଦକ କଳ୍ପତରୁ ଓଝା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ତାଙ୍କୂୁ ଦଳରୁ ବହିସ୍କାର କରାଯାଇଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ତୁରନ୍ତ ବହିସ୍କାର କରାଯାଇଛି । ତାଙ୍କୁ ବହିଷ୍କାର କରାଯାଇଥିବା ନେଇ ସୂଚନା ଦେଲେ ଦଳର ଗଣମାଧ୍ୟମ ବ୍ୟାପାର ସାଧାରଣ ସଂପାଦକ ମାନସ ମଙ୍ଗରାଜ । ଦଳର ନେତୃତ୍ୱ ଓ ସାଙ୍ଗଠନିକ ଚୟନ ସଠିକ୍ ଢଙ୍ଗରେ ହୋଇନଥିବା ନେଇ କିଛି ସମୟ ଆଗରୁ ମତ ରଖିଥିଲେ କଳ୍ପତରୁ ଓଝା ।
କିଛିଦିନ ହେବ ବିଜେଡି ପକ୍ଷରୁ ଜିଲ୍ଲାସ୍ତରୀୟ ସାଙ୍ଗଠନିକ ନିର୍ବାଚନ ଚାଲିଥିଲା । ଏଥିରେ ବିଶେଷ ଭାବେ ବିଜୁ ଯୁବ ଜନତା ଦଳର ଜିଲ୍ଲାସ୍ତରୀୟ ନେତୃତ୍ୱ ଚୟନ କରାଯାଇଥିଲା । ଏଭଳି ସ୍ଥିତିରେ ନେତୃତ୍ୱ ଚୟନ ପରେ ଦଳର ସାଧାରଣ ସଂପାଦକ କଳ୍ପତରୁ ଓଝା ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ସେ କହିଥିଲେ କି ସେ ଯୁବ ସଂଗଠନ ହେଉ କି ଦଳର ମୁଖ୍ୟ ନେତୃତ୍ୱ ଚୟନ ହେଉ କୌଣସି ବି ନେତୃତ୍ୱ ଚୟନ ଠିକ୍ ଢଙ୍ଗରେ ହେଉନାହିଁ । ସେ ଏଭଳି ମତ ଦେବା ପରେ ଦଳ ଭିତରୁ ତାଙ୍କୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । କଥା ଯେତେବେଳେ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାନରେ ପଡିଲା ସେ ସଂଗେ ସଂଗେ କଳ୍ପତରୁଙ୍କୁ ଦଳରୁ ବିଦା କରିବାକୁ ନିର୍ଦ୍ଦେଶ ଦେଇଥିଲେ ।