ବାଲେଶ୍ୱରରେ ବିଜେଡି ପ୍ରାର୍ଥୀଙ୍କୁ ନେଇ ଅସନ୍ତୋଷ । ସ୍ୱରୂପ ଦାସଙ୍କ ପ୍ରାର୍ଥୀତ୍ୱକୁ ବିରୋଧ କରି ଜିଲ୍ଳା ସଭାପତିଙ୍କ କାର୍ଯ୍ୟାଳୟ ଆଗରେ ରୁଣ୍ଡ ହେଲେ ରବୀନ୍ଦ୍ର ଜେନାଙ୍କ ସମର୍ଥକ

162

କନକ ବ୍ୟୁରୋ : ବାଲେଶ୍ୱର ବିଜେଡିରେ ଦେଖା ଦେଇଛି ଏକ ବଡ଼ ଧରଣର ଅସନ୍ତୋଷ । ସ୍ୱରୂପ ଦାସଙ୍କ ବିଜେଡି ଟିକେଟ୍ ଦେବା ପରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥକ ଚିହିଁକି ଉଠିଛନ୍ତି । ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ସାମ୍ନା କର୍ମୀମାନେ ରୁଣ୍ଡ ହୋଇ ସୂରୁପ ଦାସଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି ।

ଯଦି ଏହି ନିଷ୍ପତିର ପୁର୍ନରବିଚାର କରାନଯାଏ, ତେବେ ଦଳ ପାଇଁ କାମ କରିବେ ନାହିଁ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ରବୀନ୍ଦ୍ର ଜେନାଙ୍କ ପତ୍ନୀ ଶୁଭାଷିନୀ ଜେନାଙ୍କୁ ବିଜେଡି ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଆଜି ଯେତେବେଳେ ଟିକେଟ୍ ଘୋଷଣା ହୋଇଛି, ରବୀନ୍ଦ୍ର ଜେନାଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

Comments are closed.