କନକ ବ୍ୟୁରୋ : ବାଲେଶ୍ୱର ବିଜେଡିରେ ଦେଖା ଦେଇଛି ଏକ ବଡ଼ ଧରଣର ଅସନ୍ତୋଷ । ସ୍ୱରୂପ ଦାସଙ୍କ ବିଜେଡି ଟିକେଟ୍ ଦେବା ପରେ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମର୍ଥକ ଚିହିଁକି ଉଠିଛନ୍ତି । ରବୀନ୍ଦ୍ର ଜେନାଙ୍କ କାର୍ଯ୍ୟାଳୟ ସାମ୍ନା କର୍ମୀମାନେ ରୁଣ୍ଡ ହୋଇ ସୂରୁପ ଦାସଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରିଛନ୍ତି ।
ଯଦି ଏହି ନିଷ୍ପତିର ପୁର୍ନରବିଚାର କରାନଯାଏ, ତେବେ ଦଳ ପାଇଁ କାମ କରିବେ ନାହିଁ ବୋଲି ଖୋଲାଖୋଲି ଚେତାବନୀ ଦେଇଛନ୍ତି । ପୂର୍ବରୁ ରବୀନ୍ଦ୍ର ଜେନାଙ୍କ ପତ୍ନୀ ଶୁଭାଷିନୀ ଜେନାଙ୍କୁ ବିଜେଡି ଟିକେଟ ମିଳିବା ନେଇ ଚର୍ଚ୍ଚା ହେଉଥିଲା । ହେଲେ ଆଜି ଯେତେବେଳେ ଟିକେଟ୍ ଘୋଷଣା ହୋଇଛି, ରବୀନ୍ଦ୍ର ଜେନାଙ୍କ ସମର୍ଥକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/10/2-15.jpg)