ଆବାସ ତାଲିକାକୁ ନେଇ ଅସନ୍ତୋଷ । ସାରା ରାଜ୍ୟରେ ତେଜୁଛି ‘ଘର’ କଳି

149

କନକ ବ୍ୟୁରୋ: ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇବାକୁ ଯୋଗ୍ୟ ହିତାଧିକାରୀ ଏବେ ଅନାଇବସିଛନ୍ତି । ତାଲିକାରେ ସେମାନଙ୍କ ନାଁ ଆସିନଥିବାରୁ ବିଭିନ୍ନ ସ୍ଥାନରେ ଅସନ୍ତୋଷ ତେଜିବାରେ ଲାଗିଛି । ଆଉ ବିଭିନ୍ନ ଅଞ୍ଚଳରୁ ଆସିଛି ଅସନ୍ତୋଷର ଚିତ୍ର ।

ସରକାରଙ୍କ ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ ପାଇବାକୁ ଅନେକ ଯୋଗ୍ୟ ବ୍ୟକ୍ତି ଅଛନ୍ତି । ହେଲେ ପଞ୍ଚାୟତ କାର୍ଯ୍ୟାଳୟରେ ଟଙ୍ଗା ହୋଇଥିବା ସମ୍ଭାବ୍ୟ ଆବାସ ହିତାଧିକାରୀ ତାଲିକାରେ ସେମାନଙ୍କ ନାମ ନାହିଁ । ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିିଛି । କେବଳ ବସ୍ତା, ନିମାପଡା କି ଢେଙ୍କାନାଳ ନୁହେଁ ସାରା ରାଜ୍ୟରୁ ଆବାସ ତାଲିକାକୁ ନେଇ ଅସନ୍ତୋଷର ସ୍ୱର ତେଜୁଛି ।

  • ଆବାସ ଯେଜାନକୁ ନେଇ ବଢୁଛି କଳି
  • ପୁଣି ବିଜେଡି ଓ ବିଜେପି ମୁହାଁମୁହିଁ

ଆବାସ ଯୋଜନାରେ ସମ୍ଭାବ୍ୟ ହିତାଧିକାରୀ ତାଲିକାକୁ ନେଇ ବିବାଦ ଭିତରେ ମଙ୍ଗଳବାର ଅଭିଯୋଗ ଦାଖଲର ତାରିଖ ସରୁଛି । ସେପଟେ ବିଜେପି ଅଭିଯୋଗ କରିଛି ଆବାସ ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ନାହିଁ । ଏହାର ପ୍ରତିବାଦରେ ରାଜ୍ୟର ସମସ୍ତ ବ୍ଲକ ସାମ୍ନାରେ ବିଜେପି ଆନ୍ଦୋଳନ କରିବ । ଆବଶ୍ୟକ ପଡିଲେ କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅନ୍ୟପଟେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି, ଯୋଗ୍ୟ ଲୋକ ଘର ପାଇବେ । ବିରୋଧୀ ଯାହା କରୁଛନ୍ତି ତାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଏବେ ପଞ୍ଚାୟତ ଅଫିସରେ ଲାଗିଛି । ଜାନୁଆରୀ ୧୬ରୁ ୨୪ ପର୍ଯ୍ୟନ୍ତ ଅଭିଯୋଗର ଅବଧି ରହିଛି । ଲୋକମାନ ଅଭିଯୋଗ ବାକ୍ସରେ ଏ ନେଇ ନିଜ ଅଭିଯୋଗ କରୁଛନ୍ତି । ବହୁ ଅଯୋଗ୍ୟ ବ୍ୟକ୍ତିଙ୍କ ନାଁ ସମ୍ଭାବ୍ୟ ତାଲିକାରେ ଥିବାରୁ, ଏହାକୁ ନେଇ ବିଭିନ୍ନ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି ।