କନକ ବ୍ୟୁରୋ: ପାୱାର କଟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଅସନ୍ତୋଷ ବଢିଚାଲିଛି । ଅନ୍ୟ ସ୍ଥାନ ଭଳି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ମଧ୍ୟ ଏହି ସମସ୍ୟା ଲାଗି ରହିଛି । ଦିନ ହେଉ କି ରାତି ହେଉ ଘଂଟା ଘଂଟା ବିଜୁଳି ଚାଲିଯାଉଛି । ଅସହ୍ୟ ଗୁଳୁଗୁଳି ସାଙ୍ଗକୁ ବାରମ୍ବାର ବିଦ୍ୟୁତକାଟ ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି । ସଂଧ୍ୟା ସମୟରେ ପ୍ରାୟ ଅଧ ଘଂଟାରୁ ଅଧିକ ସମୟ ବିଜୁଳି କଟିଯାଉଥିବା ବେଳେ ପାଠ ପଢିପରୁନାହାନ୍ତି ପିଲାମାନେ । ଲଗାତର ଭାବରେ ଏହିଭଳି ସମସ୍ୟା ଦେଖିବାକୁ ମିଳିଥିବା ବେଳେ ଅସନ୍ତୋଷ ବଢିଚାଲିଛି । ସେପଟେ କାଲିମେଳାରେ ମଧ୍ୟ ଘନ ଘନ ବିଜୁଳି କାଟ ଯୋଗୁଁ ଲୋକମାନେ ବହୁ ଅସୁବିଧା ଭୋଗୁଛନ୍ତି । ବାରମ୍ବାର ବିଜୁଳି କାଟ ଯୋଗୁଁ ଲୋକମାନେ ନାଁ ଘରେ ରହିପାରୁଛନ୍ତି ନା ବାହାରେ । କିଏ ଗଛ ମୂଳେ ଦିନ ଯାକ ବସିଛି ତ ଆଉ କିଏ ବିଂଚଣା ଧରି ବିଂଚି ହେଉଛି । ବଂଗୀୟ ଗାଁ ଏମପିଭି-୩୫ରେ ବିଜୁଳି ନଥିବାରୁ ଲୋକମାନେ ଗାଁ ମୁଣ୍ଡ ବରଗଛ ମୂଳରେ ଏକାଠି ବସି ବିଂଚଣାରେ ବିଂଚି ହେଉଥିବାର ଦେଖିବାକୁ ମିଳିଛି । ଘଂଟା ଘଂଟା ଧରି ବିଜୁଳି ଗାଏବ ହୋଇଯାଉଥିବାରୁ ଲୋକମାନେ ଏହି ଗରମରେ ନିଜ ପିଲାଛୁଆକୁ ଧରି ଛଟପଟ ହୋଇ ବାହାରେ ବସିଛନ୍ତି ।
ପାୱାର କଟକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ବଢୁଛି ଅସନ୍ତୋଷ: ଘନ ଘନ ବିଦ୍ୟୁତ କାଟ ଯୋଗୁଁ କୁଚିଣ୍ଡାରୁ ନେଇ କାଲିମେଳା ସବୁଠି ଅସହ୍ୟ ହୋଇପଡିଛି ଜନଜୀବନ
/kanak/media/post_attachments/wp-content/uploads/2023/06/1._00000.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)