ବାପା-ମାଆଙ୍କୁ ଅସମ୍ମାନ କଲେ ମିଳିବନି ତ୍ରାହି! ଅଭିଯୋଗ ହେବାମାତ୍ରେ କାର୍ଯ୍ୟାନୁଷ୍ଠାନ, ଭୋଗିବେ ଜେଲ ଦଣ୍ଡ ।

ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ କହିବା ମୁତାବକ, ୨୦୦୭ରୁ କେନ୍ଦ୍ର ସରକାରଙ୍କ ‘ମେଣ୍ଟନବିଲିଟି’ ନିୟମକୁ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଲାଗୁ ହେଉଛି । ଯଦି କେହି ବାପା-ମାଆଙ୍କୁ ଅସମ୍ମାନ କରନ୍ତି ତେବେ ସେମାନ ବିରୋଧରେ ଜିଲ୍ଲାର ଉପ-ଜିଲ୍ଲାପାଳଙ୍କ ନିକଟରେ କେସ ଦାୟର କରିପାରିବେ ।

533

କନକ ବ୍ୟୁରୋ: ଦିନକୁ ଦିନ ସମୟ ବଦଳୁଛି ଆଉ ତା’ ସହିତ ବଦଳୁଛି ଲୋକଙ୍କ ଆଚଣ ଏବଂ ଉଚାରଣ । ଆଉ ଯେଉଁମାନେ ଆମକୁ ଜନ୍ମ ଦେଇ ଦୁନିଆକୁ ଆଣୁଛନ୍ତି । ସେହି ଜୀବନ୍ତ ଭଗବାନଙ୍କୁ ବୃଦ୍ଧାକାଳରେ ନିଜପରିବାରରେ ମିଳୁଛି ନିର୍ଯାତନା ଆଉ କଷ୍ଟ । ତେବେ ସାବଧାନ୍ ଯଦି ବାପା-ମାଆଙ୍କୁ ତାଙ୍କ ସନ୍ତାନମାନେ ଅବହେଳା କି ଦୁର୍ବ୍ୟବହାର କରିବେ ତେବେ ସେମାନଙ୍କୁ ତୁରନ୍ତ ଜେଲ ହୋଇପାରେ । ତେବେ ଯଦି କେହି ନିଜ ବାପା-ମାଆଙ୍କୁ ହଇରାଣ କରନ୍ତି ସେମାନଙ୍କ ବିରୋଧରେ କେଉଁଠି ଓ କେମିତି କରିବେ ଅଭିଯୋଗ ? ସେନେଇ ମନ୍ତ୍ରୀ ରଖିଛନ୍ତି ଉତ୍ତର ।

ସାମାଜିକ ସୁରକ୍ଷା ଓ ସଶକ୍ତିକରଣ ବିଭାଗର ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡାଙ୍କ କହିବା ମୁତାବକ, ୨୦୦୭ରୁ କେନ୍ଦ୍ର ସରକାରଙ୍କ ‘ମେଣ୍ଟନବିଲିଟି’ ନିୟମକୁ ରାଜ୍ୟରେ ମଧ୍ୟ କଡ଼ାକଡ଼ି ଲାଗୁ ହେଉଛି । ଯଦି କେହି ବାପା-ମାଆଙ୍କୁ ଅସମ୍ମାନ କରନ୍ତି ତେବେ ସେମାନ ବିରୋଧରେ ଜିଲ୍ଲାର ଉପ-ଜିଲ୍ଲାପାଳଙ୍କ ନିକଟରେ କେସ ଦାୟର କରିପାରିବେ । ଏପରିକି ଉପ-ଜିଲ୍ଲାପାଳଙ୍କ ଠାରେ ଦାୟର କରିଥିବା ମାମଲାର ଫୈସଲା ମଧ୍ୟ କରିପାରିବାର କ୍ଷମତା ଉପଜିଲ୍ଲାପାଳଙ୍କୁ ଦିଆଯାଇଛି । ଆଉ ଏହି ମର୍ମରେ ପୁରୀ ଜିଲ୍ଲାରେ ଜଣେ ଜୈନବ ବ୍ୟକ୍ତି ଅନନ୍ଦ ମହାପାତ୍ରଙ୍କ ନାଁରେ ଯେଉଁ ଅଭିଯୋଗ ହୋଇଥିଲା ତାଙ୍କୁ ମଧ୍ୟ ୨୫ ଦିନ ଜେଲ୍ ଦଣ୍ଡ ଶୁଣାଇଥିଲେ ଉପ-ଜିଲ୍ଲାପାଳ ।

ଅନ୍ୟପଟେ ବର୍ତ୍ତମାନ ବୃଦ୍ଧ-ବୃଦ୍ଧାମାନଙ୍କୁ ସୁରକ୍ଷା ଦେବାରେ ସଫଳ ହୋଇଛନ୍ତି ସରକାର । ତେଣୁକରି ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ବୃଦ୍ଧ-ବୁଦ୍ଧାମାନଙ୍କ ୨୮୬ଟି ପାରିବାରିକ ହିଂସା କେସ୍ ଦାୟର ହୋଇଥିବାବେଳେ ସେଥି ମଧ୍ୟରୁ ୧୧୯ ଗୋଟି କେସ ଫୈସଲା ହୋଇଛି । ଏହାସହ ୧୬୭ଟି ପାରିବାରିକ ହିଂସା କେସର ବିଚାର ଏବେବି ଚାଲୁ ରହିଛି ବୋଲି ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ । ଆଉ ସବୁଠାରୁ ବଡ଼ କଥା ହେଲା କି, ପ୍ରତ୍ୟେକ ଜିଲ୍ଲାରେ ଉପ-ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ନ୍ୟାୟଳୟ ଗଠନ କରାଯାଇ ଆପତ୍ତି ଅଭିଯୋଗକୁ ବିଚାର କରାଉଛି ଏବଂ ଭରଣ ପୋଷଣ ନିମିତ୍ତ ପାଇଁ ସନ୍ତାନ ସନ୍ତତିଙ୍କୁ ଆଦେଶ ପ୍ରଦାନ କରାଯାଉଛି ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଅନ୍ୟପଟେ ୩୦ଟି ଜିଲ୍ଲାରେ ‘ଇଣ୍ଟିଗ୍ରେଟେଡ୍ ଇଣ୍ଟରଫେସ୍ କମ୍ପେଲେକ୍ସ’ ନିର୍ମାଣ ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ପାଖାପାଖି ୧୫୦ରୁ ୨୨୦ ବୃଦ୍ଧ-ବୁଦ୍ଧାମାନେ ରହିପାରିବେ । ଏହାସହ ସେମାନଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ସମସ୍ତ ପ୍ରକାର ଦୌନନ୍ଦିନ ସୁବିଧା ରହିପାରିବ । ତେଣୁ ପ୍ରାରମ୍ଭିକ ପର୍ଯ୍ୟାୟରେ ୯ଟି ଜିଲ୍ଲାରେ ମୋଟ୍ ୬୨ କୋଟି ବ୍ୟୟ ଅଟକଳରେ ଏହି କାର୍ଯ୍ୟ ଚାଲୁଥିବା କହିଛନ୍ତି ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ।