ଓଡିଆଙ୍କ ଅସ୍ମିତା ପ୍ରତି ଅସମ୍ମାନ : ଓଡିଆ ଟାଇଟେଲ ପାଇଁ ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆ ପ୍ଲାଟଫର୍ମରୁ ହଟିଲା ଫିଲ୍ମ ‘କ୍ଷଣିକା-ଦ ଲଷ୍ଟ ଆଇଡିଆ’; ଚିଠି ଲେଖି କେନ୍ଦ୍ର ପ୍ରସାରଣ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କଂଗ୍ରେସ ସାଂସଦ ସପ୍ତଗିରି ଉଲାକା 

364

କନକ ବ୍ୟୁରୋ : ଓଡିଆ ଫିଲ୍ମକୁ ଅପମାନ ଅଭିଯୋଗ । ସୋସିଆଲ ମିଡିଆରେ ସମାଲୋଚନା । ଆମାଜନ ପ୍ରାଇମ ଭିଡିଓ ଇଣ୍ଡିଆ ପ୍ଲାଟଫର୍ମରୁ ହଟାଇ ଦିଆଯାଇଛି, ଓଡିଆ ଫିଲ୍ମ ‘କ୍ଷଣିକା-ଦ ଲଷ୍ଟ ଆଇଡିଆ’ । ରିଲିଜର ଦୁଇଦିନ ପରେ ଏହାକୁ ହଟାଇ ଦିଆଯାଇଥିବାରୁ ଓଡିଆ ସିନେପ୍ରେମୀଙ୍କ ମଧ୍ୟରେ ତୀବ୍ର ବିରୋଧ କରାଯାଇଛି ।

ଫିଲ୍ମର ଓଡିଆ ଟାଇଟେଲ ଯୋଗୁଁ ଏହାକୁ ହଟାଯାଇଥିବା ସଫେଇ ଦେଇଛନ୍ତି, ଆମାଜନ କର୍ତୃପକ୍ଷ । ଫିଲ୍ମର ନିର୍ଦ୍ଦେଶକ, ଅମର୍ତ୍ୟ ଭଟ୍ଟାଚାର୍ଯ୍ୟ ଇ-ମେଲ ଯୋଗେ ଆମାଜନ ସହ ଯୋଗାଯୋଗ କରିଥିଲେ । ସଂସ୍ଥା ଏବେ କେବଳ ୯ଟି ଭାରତୀୟ ଭାଷାର ଚଳଚିତ୍ରକୁ ପ୍ଲାଟଫର୍ମରେ ସ୍ଥାନ ଦେଉଥିବା କହିଛି ।