କନକ ବ୍ୟୁରୋ: ତେଲୁଗୁ ଚଳଚ୍ଚିତ୍ରରେ କୋଟିଆ କାହାଣୀ । ସୀମା ବିବାଦ ଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ତେଲୁଗୁ ଚଳଚ୍ଚିତ୍ରରେ ବିବାଦୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଫିଲ୍ମର ଟାଇଟଲ ରହିଛି ‘ଏକ୍ସଟ୍ରା ଅର୍ଡିନାରୀ ମ୍ୟାନ୍’ । ବିବାଦୀୟ ଭୁଖଣ୍ଡ କୋଟିଆ ଆନ୍ଧ୍ରର ବୋଲି ଏହି ଚଳଚ୍ଚିତ୍ରରେ ଦର୍ଶାଯାଇଛି । ଏପରିକି କୋଟିଆର ଛବିକୁ ମଳିନ କରିବାକୁ ପଛାଇ ନାହାନ୍ତି ଚଳଚ୍ଚିତ୍ରର ନିର୍ଦ୍ଦେଶକ । ଓଡ଼ିଶାର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଗୌଣ କରାଯାଇଛି ।

Advertisment

ଡିସେମ୍ବର ୮ ତାରିଖରେ ବଡ଼ ପରଦାକୁ ଆସିଛି ଏହି ତେଲୁଗୁ ଚଳଚ୍ଚିତ୍ର । ଏହା ସହ ଓଟିଟି ପ୍ଲାଟଫର୍ମରେ ବହୁଭାଷୀ ଚଳଚ୍ଚିତ୍ର ଭାବେ ଏହି ଫିଲ୍ମ ରିଲିଜ ହୋଇଛି । ସାଉଥ ସିନେମାର ଷ୍ଟାର ଅଭିନେତା ନିତିନ ଓ ଅଭିନେତ୍ରୀ ଶ୍ରୀଲିଲା ମୁଖ୍ୟ ଭୁମିକାରେ ଅଭିନୟ କରିଛନ୍ତି । ଏଥିରେ କୋଟିଆରେ ବିକାଶ ପହଂଚି ନଥିବା ଦର୍ଶାଯିବା ସହ ଖଳନାୟକ ଏଠାରେ ନିଶା କାରବାର କରି ଲୋକଙ୍କୁ ହତ୍ୟା କରୁଛି । ଫିଲ୍ମରେ ଦର୍ଶାଯାଉଛି ସ୍ୱାଧୀନତା ପୂର୍ବରୁ କୋଟିଆ ଓଡ଼ିଶାର ଥିବା ବେଳେ ସ୍ୱାଧୀନତା ପରେ ଏହା ଆନ୍ଧ୍ରରେ ରହିଛି । ହେଲେ ଉଭୟ ରାଜ୍ୟ ଏହାର ବିକାଶ ଉପରେ ଧ୍ୟାନ ଦେଇନାହାଁନ୍ତି ।