ଟିକେଟକୁ ନେଇ ନୀଳଗିରି ବିଜେଡିରେ କନ୍ଦଳ । ସୁକାନ୍ତ ନାୟକ ଓ ସନ୍ତୋଷ ଖଟୁଆଙ୍କ ଶକ୍ତି ପ୍ରଦର୍ଶନ । ସନ୍ତୋଷଙ୍କ ସମର୍ଥକ କହିଲେ ଆବଶ୍ୟକ ପଡ଼ିଲେ ସ୍ୱାଧୀନରୁ ଲଢ଼ିବୁ ।

325

କନକ ବ୍ୟୁରୋ: ନୀଳଗିରି ବିଜେଡି ଦୁଇ ଗୋଷ୍ଠୀ ମଧ୍ୟରେ ଛକାପଂଝା । କାହାକୁ ଟିକେଟ ମିଳିବ ତାକୁ ନେଇ ଦୁଇ ଆଶାୟୀଙ୍କ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି । ଫଳରେ ନୀଳଗିରି ରାଜନୀତି ରୋଚକ ମୋଡ଼ ନେଉଛି । ବିଜେଡି ଟିକେଟ ପାଇଁ ଦୁୁଇ ନେତାଙ୍କ ମଧ୍ୟରେ ଲାଗି ରହିଛି କସରତ । କିଏ ସମ୍ଭାଳିବ ନୀଳଗିରି ବିଜେଡିର ମଙ୍ଗ, ତାକୁ ନେଇ କର୍ମୀ ମଧ୍ୟ ତତ୍ପର ହୋଇପଡ଼ିଛନ୍ତି ।

ନୀଳଗିରି ବିଧାୟକ ସୁକାନ୍ତ ନାୟକ ବିଜେପି ଛାଡ଼ି ବିଜେଡିରେ ମିଶିବା ପରେ ପୂର୍ବରୁ ସେଠାରେ ସଂଗଠନ ମଜବୁତ କରିଥିବା ସନ୍ତୋଷ ଖଟୁଆଙ୍କ କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ସୁକାନ୍ତ ବିଜେଡିରେ ମିଶିବା ଦିନ ହିଁ, ରାଲି କରି ନିଜ ଶକ୍ତି ପ୍ରଦର୍ଶନ କରିଥିଲେ । ରବିବାର ସନ୍ତୋଷ ଖଟୁଆ ନିଜ କର୍ମୀଙ୍କ ସହ ଦୁର୍ଗାମଣ୍ଡପ ଛକ ଠାରୁ ଏକ ପଦଯାତ୍ରାରେ ବାହାରି ସହର ପରିକ୍ରମା କରିବା ସହ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଆସିଥିଲେ । ସେଠାରେ ପୂଜାର୍ଚ୍ଚନା କରିଥିଲେ । ଯଦି ତାଙ୍କୁ ଟିକେଟ ନମିଳେ ତେବେ ସେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିବେ ବୋଲି କହିଛନ୍ତି । ହେଲେ ହେଲେ ସୁକାନ୍ତଙ୍କ ନିର୍ଦ୍ଦେଶରେ କାମ କରିବେ ନାହିଁ କହିଛନ୍ତି ସନ୍ତୋଷ ।