ରେଳ ବଜେଟକୁ ନେଇ ବିଜେଡି ଦୁଇ ଫାଳ! ଦୁଇ ସାଂସଦଙ୍କ ଭିନ୍ନ ଭିନ୍ନ ବୟାନବାଜି

ରେଳ ବଜେଟକୁ ନେଇ ବିଜେଡି ଦୁଇ ଫାଳ! ଦୁଇ ସାଂସଦଙ୍କ ଭିନ୍ନ ଭିନ୍ନ ବୟାନବାଜି

କନକ ବ୍ୟୁରୋ: ମମତାଙ୍କ ପରେ ସୁଜିତ କି? ରେଳ ବଜେଟକୁ ନେଇ ବିଜେଡିରେ ଫାଟ। ଦଳର ଦୁଇ ସାଂସଦଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା। ଓଡ଼ିଶାର ନୂଆ ରେଳ ପ୍ରକଳ୍ପକୁ ନେଇ ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଓ ମାନସ ମଙ୍ଗରାଜଙ୍କ ବୟାନବାଜି ରାଜ୍ୟ ରାଜନୀତିରେ ଉଷ୍ମତା ଆଣିଛି।

ଓଡ଼ିଶାକୁ ନୂଆ ରେଳ ପ୍ରକଳ୍ପ ମିଳିବାକୁ ନେଇ ସୁଜିତ୍ ରେଳମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଜୁନାଗଡ-ନବରଙ୍ଗପୁର ରେଳ ଲାଇନ ସହ ଅନ୍ୟ ୫ ରେଳପଥ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି । କିନ୍ତୁ ବିଜେଡିର ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ମାନସ କହିଛନ୍ତି, ଗତ ୮ ବର୍ଷ ମଧ୍ୟରେ ଓଡ଼ିଶା ପାଇଁ କୌଣସି ନୂଆ ରେଳ ପ୍ରକଳ୍ପ ଘୋଷଣା କରାଯାଇନାହିଁ। ଗୋଟଏ ପୁରୁଣା ପୋଜେକ୍ଟ ପୁଣି ଥରେ ଘୋଷଣା କରାଯାଇଛି।

ଗୁଣୁପୁର ଥେରୁବାଲୀ ରେଳ ପ୍ରକଳ୍ପ ପାଇଁ ୭ ବର୍ଷ ପୂର୍ବରୁ ପାଣ୍ଠି ପ୍ରଦାନ କରାଯାଇଛି। ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅର୍ଥ ମଞ୍ଜୁର କରିଥିଲେ। ଓଡ଼ିଶା ନ୍ୟାୟ ଦାବି କରୁଛି ଏବଂ ଡବଲ ଇଞ୍ଜିନ ସରକାର ଉପରେ ଅଧିକ ଅଶା ରହୁଛି ବୋଲି କହିଛନ୍ତି ମାନସ ମଙ୍ଗରାଜ। ଦଳର ଦୁଇ ସାଂସଦଙ୍କ ଏଭଳି ଭିନ୍ନ ମନ୍ତବ୍ୟ ପରେ ସୁଜିତ୍ କୁମାର ମମତା ମହନ୍ତଙ୍କ ରାସ୍ତାରେ ଯାଉଛନ୍ତି କି ବୋଲି ପ୍ରଶ୍ନ ଉଠିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe