କନକ ବ୍ୟୁରୋ : ଶବ ସତ୍କାର କରିବାକୁ ନେଇ ଦୁଇ ପରିବାର ମଧ୍ୟରେ ବିବାଦ । କିଏ ନେବ ଦାଦନଙ୍କ ମୃତଦେହ । ଜନ୍ମିତ ମା’ ପୁଅ ମୃତଦେହ ମାଗୁଥିବା ବେଳେ ପୁଅ ହୋଇଯାଇଥିବା ମାଉସୀ ମଧ୍ୟ ମୃତଦେହ ନେବାକୁ ଦାବି କରିଛି । ଅନେକ ଟଣା ଓଟରା ପରେ ମାମଲାରେ ହସ୍ତକ୍ଷେପ କରିଛି ପୋଲିସ । ଶେଷରେ ନିରପେକ୍ଷ ସ୍ଥାନରେ ଶବ ସତ୍କାର କରଯାଇଛି । ଗୋଟିଏ ପଟେ ଜନ୍ମକଲା ମା ଓ ନିଜ ଭାଇମାନେ ଅନ୍ୟ ପଟେ ପାଳିତ ମା ଓ ପତ୍ନି ଘରଲୋକ । ଏପରି ଘଟଣା ଦେଖିବାକୁ ମିଳିଛି ଗଂଜାମ ସେରଗଡ ଅଂଚଳରେ ।
ମୃତ ବଳରାମ ଦାସଙ୍କ ମା, ଭାଇମାନେ ସେରଗଡ଼ରେ ରୁହନ୍ତି । କିନ୍ତୁ ୧୫ ବର୍ଷ ତଳେ ବଳରାମ ଧରାକୋଟ ବ୍ଲକ ତାଳପାଟଣା ଗ୍ରାମର ମାଉସି ସୋଲି ନାୟକଙ୍କ ପୁଅ ହୋଇ ଆସିଥିଲେ । ସେବେଠୁ ତଳପାଟଣାରେ ମାଉସୀ ଘରେ ରହିଆସୁଥିଲେ । ସେଠାରେ ତାଙ୍କର ବିବାହ ମଧ୍ୟ ହୋଇଥିଲା । ଏବେ ତଳପାଟଣାରେ ତାଙ୍କ ସ୍ତ୍ରୀ ଓ ୫ ମାସର ପୁଅ ବି ରହୁଛନ୍ତି । କିନ୍ତୁ ବଳାରାମ ଚେନ୍ନାଇରେ ୪ ବର୍ଷ ହେଲା ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଗତ ରବିବାର ହୃଦ୍ଘାତରେ ତାଙ୍କର ମୃତ୍ୟୁ ହୋଇଥିଲା । ପରେ ସେ କାର୍ଯ୍ୟ କରୁଥିବା ସଂସ୍ଥା ତାଙ୍କର ମୃତଦେହକୁ ବଳରାମଙ୍କ ଆଧାରକାର୍ଡ ଠିକଣା ଅନୁଯାୟୀ ତାଳପାଟଣାକୁ ପଠାଇ ଦେଇôଥଲେ । ଯାହା ପରେ ଦେଖାଦେଇଥିଲା ବିବାଦ ।
ଶେଷରେ ପୁଲିସ ଘଟଣାସ୍ଥଳରେ ପହଂଚି ଉଭୟ ପକ୍ଷକୁୁ ବୁଝାଇଥିଲେ । ଶେଷରେ ସେରଗଡ଼ ଅବା ତଳପାଟଣା ପରିବର୍ତେ ଆସିକା ରିଷୁକୁଲ୍ୟା ନଦୀର ସଙ୍ଗମ ସ୍ଥଳରେ ଶବଦାହ କରାଯାଇଥିଲା । କିନ୍ତୁ ବଳରାମଙ୍କ ସ୍ତ୍ରୀ ଓ ଛୁଆର କିଏ ଭରଣପୋଷଣ କରିବ ତାକୁ ନେଇ ଚିନ୍ତା ବଢିଛି ।