କନକ ବ୍ୟୁରୋ: ବଧୂ ହତ୍ୟାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ । ଛତିଶଗଡ଼ର ଝିଅ, ଓଡ଼ିଶାର ବୋହୂ । ଗତ ୧୩ ତାରିଖରେ ମାଲକାନଗିରେ ମାଥିଲି ଥାନା କୁରୁମପାଲି ନିକଟରେ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ମାଥିଲି ପୋଲିସ । ମାଥିଲି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା । ଝିଅକୁ ହତ୍ୟା କରାଯାଇଯାଇଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Advertisment

ବୋହୂକୁ ହତ୍ୟା କରିବା ପରେ ଆତ୍ମହତ୍ୟା ରୂପ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ହେଲେ ପୁଅ ଘର ଲୋକେ ଏହାକୁ ଅସ୍ୱୀକାର କରୁଥିବା ବେଳେ ଏହାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି । ଉଭୟ ରାଜ୍ୟରେ ଲୋକପ୍ରତିନିଧି, ଗ୍ରାମବାସୀ, ପୋଲିସ ପ୍ରଶାସନର ଉପସ୍ଥିତିରେ ଆଲୋଚନା ହୋଇଛି । ହେଲେ ଆଲୋଚନାରୁ କୌଣସି ସୁଫଳ ମିଳିପାରିନାହିଁ । ଛତିଶଗଡ଼ର ବିଭିନ୍ନ ଦାବିକୁ ଓଡ଼ିଶା ଲୋକେ ମନା କରିଦେଇଥିଲେ । ହତ୍ୟାକାରୀଙ୍କୁ ଦଣ୍ଡ ନଦେଲେ ଓଡ଼ିଶାକୁ ଛତିଶଗଡ଼ ପ୍ରବେଶ କରିବାକୁ ଦିଆଯିବନି ବୋଲି ଚେତାବନୀ ଦେଇଛନ୍ତି ।